ପାକିସ୍ତାନ ବିରୋଧୀ’ ରାଲିରେ ଗୁଳିମାଡ

ଆଫଗାନିସ୍ତାନରେ ସୀମା ଟପିଲାଣି ତାଲିବାନୀଙ୍କ ବର୍ବରତା । କାବୁଲରେ ଚାଲିଥିବା ପାକିସ୍ତାନ ବିରୋଧୀ ରାଲିରେ ତାଲିବାନମାନେ ଗୁଳିମାଡ କରିଛନ୍ତି । ସୂଚନାଥାଉକି, ମଙ୍ଗଳବାର କାବୁଲର ଅଲଗା ଅଲଗା ହିଂସାରେ ବହୁତ ବଡ ସଂଖ୍ୟାରେ ପାକିସ୍ତାନ ବିରୋଧରେ ପ୍ରଦର୍ଶନ କରାଯାଉଥିଲା । ରାଲିରେ ବହୁସଂଖ୍ୟକ ମହିଳା ସାମିଲ ହୋଇଥିଲେ । କାବୁଲ ରାଷ୍ଟ୍ରପତିଙ୍କ ବାସଭବନର ପାଖରେ ଥିବା ସେରେନା ହୋଟେଲ ନିକଟରେ ଚାଲିଥିଲା ବିକ୍ଷୋଭ ରାଲି ।କାରଣ ସେହି ହୋଟଲରେ ରହୁଥିଲା ISI ପ୍ରମୁଖ । ଗତ ସପ୍ତାହେ ଧରି ଏହି ହୋଟଲରେ ସେ ରହିଆସୁଛି । ସେଥିପାଇଁ ବିକ୍ଷୋଭକାରୀମାନେ ଏଠାରେ ବିକ୍ଷୋଭ କରୁଥିଲେ । ଆଉ ଗତ କିଛି ଦିନ ଧରି ଆଫଗାନିସ୍ତାନରେ ପାକିସ୍ତାନ ବିରୋଧରେ ପ୍ରଦର୍ଶନ ଜାରି ରହିଥିଲା । ପଞ୍ଜଶୀରରେ ପାକିସ୍ତାନର ଆକ୍ରମଣକୁ ବିରୋଧ କରୁଥିବା ଆଫଗାନିସ୍ତାନ ନାଗରିକମାନେ ଏହି ବିକ୍ଷୋଭ କରୁଛନ୍ତି । ସେହି ବିକ୍ଷୋଭ ରାଲିକୁ ଟାର୍ଗେଟ କରି ଏହି ଗୁଳିମାଡ କରାଯାଇଛି ।

Spread the love