ଆଫଗାନିସ୍ତାନରେ ୯୦ରୁ ଅଧିକ ରେଡିଓ, ଟିଭି ପ୍ରସାରଣ ବନ୍ଦ, ବିପଦରେ ସାମ୍ୱାଦିକ

କାବୁଲ ୧୩ /୦୮: ଯେତିକି ମାତ୍ରାରେ ତାଲିବାନରେ ଆଫଗାନିସ୍ତାନର ପ୍ରକୋପ ବଢୁଛି । ସେଇ ହିସାବରେ ୯୦ରୁ ଅଧିକ ମିଡିଆ ଆଉଟଲେଟ୍ ବନ୍ଦ ହୋଇଗଲାଣି । ଏହାସହ ଦେଶରେ ଥିବା ସାମ୍ୱାଦିକଙ୍କ ସୁରକ୍ଷା ନେଇ ବଢିଛି ଚିନ୍ତା । ଆଫଗାନର ଜଣେ ଅଧିକାରୀ କହିଛନ୍ତି ଅଧିକାଂଶ ଆଉଟଲେଟ୍ ସେହି ସ୍ଥାନରେ ଅଛି ଯେଉଁଠିକି ତାଲିବାନମାନେ ଅବାଧ୍ୟରେ ପ୍ରବେଶ କରୁଛନ୍ତି ।

ଦକ୍ଷିଣରେ ହାଲମଦରେ କେବଳ ୧୨ ରେଡିଓ ଏବଂ ୪ଟି ଟିଭି ଷ୍ଟେସନ ବନ୍ଦ ହୋଇଯାଇଛି । ପ୍ରାଦେଶିକ ରାଜଧାନୀ ଲସ୍କର ଗାହରେ ତୀବ୍ର ସଂଘର୍ଷ ହେତୁ ଏପରି ହୋଇଥିବା କହିଛନ୍ତି ଅଧିକାରୀ ଏବଂ ସାମ୍ବାଦିକ । ହାଲମାଦରେ ସୁଖୁନ ରେଡିଓ ସଂସ୍ଥାପକ ସିଫତୁଲ୍ହା ଜାହିଦି କହିଛନ୍ତି ସାଧାରଣ ଲୋକଙ୍କ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ସୁରକ୍ଷା ଦୃଷ୍ଟିରୁ ଆମେ ସହରର ଯେଉଁ କ୍ଷେତ୍ରରେ ସଂଘର୍ଷ ଚାଲିଛି ସେଠାରେ ଗତ ୨ ଦିନ ହେବ ପ୍ରସାରଣ ବନ୍ଦ କରିଦେଇଛି । ଜାହିଦ କାବୁଲରେ ଥିବା 1TVର ରିପୋର୍ଟର ମଧ୍ୟ ଅଛନ୍ତି । ସେହିପରି VOA ତରଫରୁ କୁହାଯାଇଛି ଏପରି ସ୍ଥିତି ପାଇଁ ଅଧିଂକାଶ ପତ୍ରକାର ଘରେ ରହି କାମ କରୁଛନ୍ତି । ଜାହିଦ କହିବାନୁଯାୟୀ, ଜଣେ ରିପୋର୍ଟର ହିସାବରେ ମୁଁ ଆଗକୁ ଯାଇ ରିପୋର୍ଟିଂ କରିପାରୁନି । କାରଣ ସହରରେ ଚାଲିଛି ଗୁଳିବର୍ଷା ସହ ଜୋରଦାର ଲଢେଇ । କେବଳ ସେତିକି ନୁହେଁ ରକେଟ ମାଡ ସହ ଏୟାର ଷ୍ଟ୍ରାଇକ ବି କରାଯାଉଛି ।

ଯାହା ଫଳରେ ରେଡିଓ ଷ୍ଟେସନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପାଖାପାଖି ୨୦,୦୦୦ ଡଲାର ଭଳି କ୍ଷତି ସହିଛି ବିଭାଗ । ଗତ ୧୫ ବର୍ଷ ଧରି ହେଲମଦରେ କାମ କରୁଥିବା ଫିଲାନ୍ସର ସାମ୍ୱାଦିକ ଅଜିଜ ଅହମ୍ମଦ ସଫି କହିଛନ୍ତି ପତ୍ରକାରମାନେ ମଧ୍ୟ ନିଜ ଆନ୍ଦୋଳନରେ ପ୍ରଭାବିତ ହେଉଛନ୍ତି । ସେମାନେ ସେ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରୁ ଅନ୍ୟ ଜିଲ୍ଲାକୁ ଯାତ୍ରା କରିପାରିବେନି ଯେ ପର୍ଯ୍ୟନ୍ତ ତାଲିବାନ ସହ ସେମାନଙ୍କ ସମ୍ପର୍କ ଭଲ ହୋଇନି । ସଫି ଆହୁରି କହିଛନ୍ତି ତାଲିବାନୀ ଆମକୁ କହିଛନ୍ତି ଯେ, ଯଦି ଆମ ବିନା ଅନୁମତିରେ ତୁମ୍ଭେମାନେ କେଉଁଆଡେ ଯାଇପାରିବନି । ତେବେ ଆଶ୍ଚର୍ଯ୍ୟକର କଥା ହେଉଛି ଚଳିତ ମାସରେ କିଛି ସହର ଛାଡିଯିବାକୁ ଇଚ୍ଛା କରିଥିଲେ, ହେଲେ ସେମାନଙ୍କୁ ଛାଡିବା ତ ଦୂରର କଥା ସେମାନଙ୍କୁ ବନ୍ଦୀ ବନାଇ ରଖିଦିଆଗଲା । ତେବେ ଆଶ୍ୱସ୍ତିକର କଥା ଏହିକି ଯେ, ଆମେ ସେମାନଙ୍କ ସହ ଯୋଗାଯୋଗ କରିବାରୁ ସେମାନଙ୍କୁ ମୁକ୍ତି ମିଳିଥିଲା । ଏବେ ମଧ୍ୟ ତାଲିବାନୀଙ୍କ ପାଖରେ ଜଣେ ପତ୍ରକାର ବନ୍ଧୁ ବନ୍ଧକ ଅଛନ୍ତି ।

Spread the love