ଅଗ୍ନିପଥକୁ ନେଇ ତିନି ସେନାମୁଖ୍ୟଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ : ଦେଶର ୩ ସେନା ମୁଖ୍ୟ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅଲଗା ଅଲଗା କଥା ହେବେ ବୋଲି ସୂଚନା ମିଳିଛି । ଏହି ସାକ୍ଷାତକାର ସମୟରେ ଅଗ୍ନିପଥ ଯୋଜନା ସହ ଏହାର କାର୍ଯ୍ୟାନ୍ୱୟନର ଯୋଜନା ସମ୍ପର୍କରେ ସୂଚନା ଦେବାର ସମ୍ଭାବନା ରହିଛି । କେନ୍ଦ୍ର ସରକାରଙ୍କର ନୂଆ ସେନା ଭର୍ତ୍ତି ‘ଅଗ୍ନିପଥ‘ ଯୋଜନାକୁ ନେଇ ବିଭିନ୍ନ ରାଜ୍ୟରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ମୋଦି ୩ ସେନାମୁଖ୍ୟଙ୍କ ସହ ଆଲୋଚନା କରିବାର ଯୋଜନା କରଯାଇଛି । ଏହି ବୈଠକ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ବୟାନ ଆସି ନ ଥିବା ବେଳେ ବୈଠକରେ ସେନାମୁଖ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ଅଗ୍ନିପଥ ଯୋଜନାରେ କ୍ରିୟାନ୍ୱୟନର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରାଇବେ ବୋଲି କୁହାଯାଉଛି ।
ସୂଚନାଯୋଗ୍ୟ, ଅଗ୍ନିପଥ ଯୋଜନାରେ ସାଢେ ୧୭ ବର୍ଷରୁ ୨୧ ବର୍ଷ ବୟସ ମଧ୍ୟରେ ଯୁବକଙ୍କୁ ସାମିଲ କରାଯିବ । ଏଥିରେ ଭାରତମାତାର ସେବା କରିବାକୁ ମାତ୍ର ୪ ବର୍ଷ ସମୟ ଦିଆଯାଇଛି । ଅର୍ଥାତ୍ ଅଗବୀରଙ୍କ ଚାକିରିର ସମୟ ସୀମା ମାତ୍ର ୪ ବର୍ଷ ରହିଛି, ଯାହାକୁ ନେଇ ଏବେ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି ।

Spread the love