ରାଜଧାନୀରୁ ତାମିଲନାଡୁର ଲୁଟେରା ଗ୍ୟାଙ୍ଗ୍ ଗିରଫ

ରାଜଧାନୀରୁ ତାମିଲନାଡୁର ଏକ ଲୁଟେରା ଗ୍ୟାଙ୍ଗ୍ ଗିରଫ। ଏହି ତୀରଛି ଗ୍ୟାଙ୍ଗ୍ ରାଜଧାନୀର ଗଳି କନ୍ଦିରେ ବୁଲୁଥିଲେ ଏବଂ କାର କାଚ ଭାଙ୍ଗି ଲୁଟ୍ କରୁଥିଲେ । ମୋଟ୍ ଚାରି ଜଣଙ୍କୁ ପୋଲିସ ଗିରଫ କରିଛି । ୪ଟି ଲାପଟପ ଓ ୨୫ଟି ମୋବାଇଲ ଜବତ ହୋଇଛି। କାର କାଚ ଭାଙ୍ଗି ଲୁଟ୍ କରିବା ସହିତ ଜନ ଗହଳି ଅଞ୍ଚଳରେ ଏମାନେ ପକେଟ୍ ମାର କରୁଥିଲେ। ବାଟୁଳିଖଡା ବା ଚିଟିକିଣି ଧରି ରାଜଧାନୀରେ ଏମାନେ ବୁଲୁଥିଲେ । କାର କାଚ ଭାଙ୍ଗିବା ପାଇଁ ଏମାନେ ବ୍ୟବହାର କରୁଥିଲେ ଆଇରନ ବଲ ବା ଲୁହା ବାଟୁଳି । ଏହି ସବୁକୁ ଚକୋଲେଟ ରାପରରେ ଗୁଡାଇ ରଖୁଥିଲେ ।

Spread the love