୬୮ ବର୍ଷରେ ବି କମିନି ଯୋଶ୍, ଭାଇରାଲ ହେଉଛି ତାମିଲନାଡୁ ସିଏମ୍‌ଙ୍କ ଫିଟନେସ୍ ମନ୍ତ୍ର

ତାମିଲନାଡୁ ୨୧/୦୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ସଦା ସର୍ବଦା କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ସର୍ବଦା ସ୍ୱାସ୍ଥ୍ୟ ପ୍ରତି ସେ ବହୁତ ଧ୍ୟାନ ଦେଇଥାନ୍ତି । କେତେବେଳେ ତାଙ୍କୁ ସାଇକେଲ ଯୋଗେ ରାସ୍ତାରେ ଦେଖିବାକୁ ମିଳୁଛି ତ ଆଉ କେତେବେଳେ ଜିମରେ ବ୍ୟାୟାମ କରୁଥିବା ଦେଖାଯାଉଛି । ଆଜିକାଲି ତାମିଲନାଡୁର ମୁଖ୍ୟମନ୍ତ୍ରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଷ୍ଟାଲିନ ଯାହା କରୁଛନ୍ତି ତାହା ଏବେ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି । ଭିଡିଓ ଦେଖିବା ପରେ ଲୋକେ ନିଜକୁ ଫିଟ୍ ରଖିବାକୁ ବେଶ୍ ଉତ୍ସାହିତ ହେଉଛନ୍ତି । କାରଣ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ନିଜର ଫିଟନେସ ପାଇଁ ଜୋରଦାର କସରତ କରୁଛନ୍ତି ।

ଏହାସହ ଲୋକଙ୍କୁ ବି ସଚେତନ କରୁଛନ୍ତି ଯେ କେମିତି ସୁସ୍ଥ ରହିବେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ୬୮ ବର୍ଷିୟ ଷ୍ଟାଲିନ ଓ୍ୱାର୍କଆଉଟ କରୁଥିବା ଦେଖିବାକୁ ମିଳିଛି । ୧୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏକ ପ୍ଲେଟ୍ ଉଠାଉଛନ୍ତି । ଯାହାକି ତାଙ୍କ ପିଟନେସର ମନ୍ତ୍ର ବୋଲି ଚର୍ଚ୍ଚା ହେଉଛି ।

Spread the love