ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ

ମୁନିଗୁଡା ୨୨।୧୦: ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ । ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ଶୁକ୍ଳାଭଟ୍ଟା ଲୋହରା ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ଶୁକ୍ଳାଭଟ୍ଟା ଲୋହରା ସାହିରେ ଘରୋଇ କଳହକୁ ନେଇ ଘଟିଛି ଅଭାବନୀୟ ଘଟଣା । ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ସ୍ତ୍ରୀ ହେଉଛନ୍ତି ଝରଣା ବଚା । ତାଙ୍କ ବୟସ ୨୩ବର୍ଷ ।

ଘଟଣା ପରେ ଖବରପାଇ ଅମ୍ବାଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ସ୍ବାମୀ ୨୬ ବର୍ଷ ବୟସ୍କ ସୁରେନ୍ଦ୍ର ବଚାକୁ ଅଟକ ରଖିଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Spread the love