ଦିଆସିଲିରେ ଟ୍ୟାଙ୍କ୍ କରି ଯବାନଙ୍କୁ ଶୁଭେଚ୍ଛା ଦେଲେ ଯୁବଶିଳ୍ପୀ
ପୁରୀ ୧୫/୦୧: ଆଜି ସାରା ଦେଶ ୭୪ତମ ଜାତୀୟ ସେନା ଦିବସ ପାଳନ କରୁଛି । ଏହି ଅବସରରେ ପୁରୀ କୁମ୍ଭାରପଡ଼ା ଅଞ୍ଚଳର ଯୁବଶିଳ୍ପୀ ତଥା ଛାତ୍ର ଶାଶ୍ୱତ ରଞ୍ଜନ ସାହୁ ସେନାର ଅଧିକାରୀ ଓ ଯବାନଙ୍କ ବଳିଦାନକୁ ନିଆରା ଢଙ୍ଗରେ ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି । ଦିଆସିଲି କାଠିରେ ଏକ ଦେଶୀ ଟି-୯୦ ଭୀଷ୍ମ ଟ୍ୟାଙ୍କ ମଡେଲ ତିଆରି କରିଛନ୍ତି । ୫ ଦିନ ଲାଗି ପ୍ରାୟ ୧୭୭୪ ଟି ଦିଆସିଲି କାଠି ବ୍ୟବହାର କରି ଶାଶ୍ଵତ ଏହି ମଡେଲ ତିଆରି କରିଛନ୍ତି । ଏହି ଟ୍ୟାଙ୍କଟିର ଲମ୍ବ ୧୫ଇଞ୍ଚ ଓ ୮ଇଞ୍ଚ ପ୍ରସ୍ଥ ବିଶିଷ୍ଟ ହୋଇଥିବା ବେଳେ ଏହି ମଡେଲକୁ ସେ ବିଭାଗୀୟ ଅଧିକାରୀଙ୍କୁ ଭେଟି ଦେବେ ବୋଲି କହିଛନ୍ତି।