ଷ୍ଟାର କିଲି ପଲ୍‌ ମୋଦିଙ୍କୁ କଲେ ଇମ୍ପ୍ରେସ୍‌, ‘ମନ୍‌ କି ବାତ୍‌’ରେ କଲେ ପ୍ରଶଂସା..

ମୁମ୍ବାଇ ୨୭।୦୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅର୍ଥାତ୍‌ ରବିବାର ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ରେ ତାଞ୍ଜାନିଆର ଲୋକପ୍ରିୟ ସୋସିଆଲ ମିଡିଆ ଷ୍ଟାର କିଲି ପଲଙ୍କର ପ୍ରଶଂସା କରିଛନ୍ତି । କହିଛନ୍ତି କି ଭାରତୀୟ ସଂସ୍କୃତି ଏବଂ ସଭ୍ୟତାକୁ ନେଇ ମୁଁ ଆଜି ଆପଣମାନଙ୍କୁ ଦୁଇ ଜଣ ବ୍ୟକ୍ତିତ୍ଵଙ୍କ ବିଷୟରେ କହିବାକୁ ଯାଉଛି। ଯିଏ ଏବେ ଫେସବୁକ୍, ଟ୍ଵିଟର ଏବଂ ଇନଷ୍ଟାଗ୍ରାମ୍‌ରେ ଦୁଇ ଭାଇ-ଭଉଣୀ କିଲି ପଲ ଏବଂ ନୀମା ବେଶ୍ ଚର୍ଚ୍ଚିତ ହୋଇଛନ୍ତି। ମୋର ବିଶ୍ଵାସ ଯେ, ଆପଣମାନେ ମଧ୍ୟ ସେମାନଙ୍କୁ ନିଶ୍ଚୟ ଜାଣିଥିବେ। ସେମାନଙ୍କ ଭିତରେ ଭାରତୀୟ ଗୀତକୁ ନେଇ ଯେଉଁ ଉତ୍ସାହ ଏବଂ ଭଲପାଇବା ଆଗ୍ରହ ରହିଛି, ଯେଉଁଥିପାଇଁ ଆଜି ସେମାନେ ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି।

ବଲିଉଡର ଜଣାଶୁଣା ଗୀତକୁ ଗୁଣୁଗୁଣାଇ ଭିଡିଓ କରିଥିବା ତାଞ୍ଜାନିଆର ସୋସିଆଲ ମିଡିଆ ଷ୍ଟାର ଭଉଣୀ-ଭାଇ କିଲି ପଲ ଓ ତାଙ୍କ ଭଉଣୀ ନିମା ପଲଙ୍କର ଭୁରି ଭୁରି ପ୍ରଶଂସା କରିଛନ୍ତି ମୋଦି । ଏହା ବ୍ୟତୀତ କିଲି ଏବଂ ନୀମା ବହୁ ଭାରତୀୟ ଗୀତରେ ଲିପସିଂ କରି ରିଲ୍ କରିଛନ୍ତି। ଯେମିତିକି ଶେରଶାହା ଫିଲ୍ମର ଗୀତ ରାତାଁ ଲମ୍ବିୟାଁ ଖୁବ୍ ଭାଇରାଲ୍ ହୋଇଥିଲା। ଦୁହେଁ ତାଙ୍କର ପାରମ୍ପରିକ ପୋଷାକ ପରିଧାନ କରି ରିଲ୍ କରିଥାନ୍ତି। ସୋସିଆଲ୍ ମିଡିଆରେ ଦୁହିଁଙ୍କ ମନୋରଞ୍ଜନ କରିବାର ଶୈଳୀ ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସିଛି।

Spread the love