କୋର୍ଟରେ ହାଜର ହେଲେ ତପସ୍ବିନୀ

ବ୍ରହ୍ମପୁର ୨୭।୧୧: ହକ୍ ପାଇଁ ସ୍ବାମୀ ଘର ଆଗରେ ଧାରଣାରେ ବସିଛନ୍ତି ତପସ୍ବିନୀ ଦାସ କୋର୍ଟରେ ହାଜର ହୋଇଛନ୍ତି । ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ତପସ୍ବିନୀ ହାଜର ହୋଇଛନ୍ତି । ଶ୍ବଶୁର ଘରକୁ ପ୍ରବେଶ ନେଇ ଏସଡିଜେଏମ୍ କୋର୍ଟରେ ଆବେଦନ କରିଥିଲେ  । ହକ୍ ପାଇଁ ୫ ଦିନ ହେବ ସ୍ବାମୀ ଘର ବାହାରେ ଧାରଣାରେ ବସିଛନ୍ତି ତପସ୍ବିନୀ । ସ୍ବାମୀ ତାଙ୍କୁ ଗ୍ରହଣ କରିବେ କି ନାହିଁ କୌଣସି ଫୈସଲା ହୋଇନି ।

ତପସ୍ବିନୀଙ୍କୁ ସୁରକ୍ଷା ଓ ନ୍ୟାୟ ଦାବିରେ ଏସଡିଜେଏମ୍ କୋର୍ଟରେ ଆବେଦନ କରିଥିଲା ମହିଳା ସୁରକ୍ଷା କମିଟି । ମାମଲା କୋର୍ଟରେ ଥିବାରୁ ପୋଲିସ କୌଣସି ଆକ୍ସନ ନେଇପାରୁନି । ୫ ଦିନ ହେବ ବ୍ରହ୍ମପୁରରେ ବାହାଘରକୁ ନେଇ ଏମିତି ହାଇଡ୍ରାମା ଚାଲିଥିବାବେଳେ ଏବେ ସାମ୍ନାକୁ ଆସିଥିଲା ସ୍ବାମୀ ସୁମିତ ଓ ଶ୍ବଶୁର ପ୍ରମୋଦଙ୍କ ଅଡିଓ ବାର୍ତ୍ତାଳାପ ।

ଅଡିଓ ବାର୍ତ୍ତାଳାପ ଉପରେ ସୁମିତଙ୍କ ବାପା ପ୍ରମୋଦ ସାହୁ କହିଥିଲେ, ପୁଅକୁ ଠିକ୍ ରାସ୍ତାକୁ ଆଣିବାକୁ ପରାମର୍ଶ ଦେଇଥିଲି । ଡାକ୍ତର ସୁମିତ ମଧ୍ୟ ବାପାଙ୍କ ସହ କଥାବାର୍ତ୍ତାକୁ ସ୍ବୀକାର କରିଛନ୍ତି ।  

ସ୍ତ୍ରୀର ଅଧିକାର ପାଇବାକୁ ତପସ୍ବିନୀ କହିଥିଲେ, ଆହୁରି ଏମିତି ଅନେକ ପ୍ରମାଣ କୋର୍ଟରେ ଦାଖଲ କରିବି । ହକ୍ ହାସଲ ପର୍ଯ୍ୟନ୍ତ ଏ ଲଢେଇ ଜାରି ରହିବ ।

Spread the love