ତପସ୍ବିନୀ-ସୁମିତ ବିବାହ ମାମଲା : ବ୍ରହ୍ମପୁର SDJM କୋର୍ଟରେ ହେବ ଶୁଣାଣି, ପରବର୍ତ୍ତୀ ପଦକ୍ଷେପ ନେଇ ନିଷ୍ପତ୍ତି

ବ୍ରହ୍ମପୁର ୧୭।୧୨: ବାଦ, ବିବାଦ ନ୍ୟାୟାଳୟର ଦ୍ବାରସ୍ଥ ମଧ୍ୟରେ ପେଶି ହେଉଛନ୍ତି ତପସ୍ବିନୀ ଏବଂ ଡାକ୍ତର ସୁମିତ । ଏହାରି ଭିତରେ ତପସ୍ବିନୀ କୋର୍ଟରେ ହାଜର ହୋଇ ଆଉ ଏକ ରିଟ୍ ପିଟିସନ୍ ଦାଖଲ କରିଥିବା ବେଳେ ସପ୍ତାହେ ଉଭୟ କେମିତି ରହିଛନ୍ତି ଓ ସଂପର୍କ କେମିତି ରହିଛି ସେ ନେଇ ଆସିକା ପୋଲିସ, ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ ସମୟ ଅବଧି ରହିଛି ।

ସ୍ବାମୀ ସହ ସ୍ତ୍ରୀ ଏକତ୍ରିତ ରହିବା ଉପରେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ ଶୁଣାଣି କରି ୧୭ତାରିଖ ପର୍ଯ୍ୟନ୍ତ ଭଡା ଘରେ ରହିବାକୁ ଆଦେଶ ଦେଇଥିଲେ । ହେଲେ ଆସିକା ଚିନି ଶିଳ୍ପ ଅତିଥି ଭବନରେ ତପସ୍ବିନୀକୁ ଏକାକୀ ଛାଡି ଡାକ୍ତର ସୁମିତ ଗତ ସପ୍ତାହେ ହେଲା ସ୍ବାସ୍ଥ୍ୟ ଅସୁସ୍ଥତା ଦର୍ଶାଇ ଅନ୍ୟତ୍ର ଚିକିତ୍ସା ପାଇଁ ରହିଥିବା ସୁମିତ କହିଛନ୍ତି ।

ତପସ୍ବିନୀଙ୍କ ଦାୟିତ୍ଵ ନେଇ ନାହାନ୍ତି କି ଭଡା ଘର ଖୋଜି ନେଇନଥିବା ତପସ୍ବିନୀ ଅଭିଯୋଗ କରିଛନ୍ତି । କୋର୍ଟ ଆଦେଶକୁ ଅବମାନନା କରିଥିବା ଅଭିଯୋଗରେ ତପସ୍ବିନୀ  ଏସଡିଜେଏମ୍ କୋର୍ଟରେ ରି-ପିଟିସନ୍ ଦାଖଲ କରିଥିଲେ । ଏହାର ଶୁଣାଣି ଆଜି ଥିବା ତପସ୍ବିନୀଙ୍କ ଓକିଲ ପ୍ରଦୀପ ବେହେରା କହିଛନ୍ତି ।

ନ୍ୟାୟ ପାଇଁ କୋର୍ଟର ଆଶ୍ରୟ ନେଇଥିବା ତପସ୍ବିନୀ ଏବଂ ଡାକ୍ତର ସୁମିତଙ୍କୁ କିଭଳି ନ୍ୟାୟ ମିଳୁଛି ତାକୁ ହିଁ ଦେଖିବାକୁ ବାକି ରହିଲା ।

Spread the love