ଥମୁନି ତପସ୍ୱିନୀ-ସୁମିତ ପାରିବାରିକ ବିବାଦ: ବୋହୂ ଘର ବାରଣ୍ଡାରୁ ହଟାଇବାକୁ ପରିବାର ଲୋକଙ୍କ ଉଦ୍ୟମ

ତପସ୍ୱିନୀ-ସୁମିତ ପାରିବାରିକ ବିବାଦ ଥମୁନି। ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି ସମ୍ପର୍କ। ଭଲ ପାଇ ବିବାହ କଲେ। ଗୋଟେ ବର୍ଷ ସାଥିରେ ରହିଲେ। ତା ପରେ କ’ଣ ଏମିତି ହେଲା ଯେ ଛଳନା କରି ମୋ ଠାରୁ ଦୂରେଇ ଗଲେ। ସମ୍ପର୍କରେ କାହିଁକି ପଡିଲା ଫାଟ। ସ୍ୱାମୀ ସୁମିତଙ୍କ ପାଇଁ ଏମିତି କିଛି ପ୍ରଶ୍ନ କରିଛନ୍ତି ତପସ୍ୱିନୀ। ସୁମିତ ଛୁଟି ଅବଧି ବଢାଇବା ପରେ ଏହାର କାରଣ କଣ ବୋଲି ପ୍ରଶ୍ନ କରିଛନ୍ତି ତପସ୍ୱିନୀ। ବୋଧହୁଏ ସୁମିତ ଆଉ ତାଙ୍କୁ ପତ୍ନୀ ଭାବେ ଗ୍ରହଣ କରିବେନି ବୋଲି ମନସ୍ଥ କରିଥିବା ଆଶଙ୍କା କରିଛନ୍ତି ତପସ୍ୱିନୀ।

ଏପରିକି ସେ ରାଜ୍ୟ ବାହାରକୁ ଚାଲିଯିବାକୁ ଯୋଜନା କରୁଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି। ତେବେ ନିଜର ହକ୍‌ ପାଇବା ସହ ସୁମିତଙ୍କୁ ପାଇବା ଯାଏ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି ତପସ୍ୱିନୀ। ସେପଟେ ଘର ବାରଣ୍ଡାରୁ ତାଙ୍କୁ ହଟାଇବାକୁ ସୁମିତଙ୍କ ମା ଓ ଜେଜେମା କୋର୍ଟରେ ପିଟିସନ ଫାଇଲ କରିଛନ୍ତି। ତପସ୍ୱିନୀଙ୍କୁ ନ୍ୟାୟ ଦେବାକୁ କିଛି ନାଗରିକ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିବାକୁ ବି ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ପତ୍ନୀର ମାନ୍ୟତା ଦାବିରେ ନଭେମ୍ବର ୨୨ରୁ ସୁମିତଙ୍କ ଘରେ ଆଗରେ ଧାରଣାରେ ବସିଥିଲେ ତପସ୍ୱିନୀ।

Spread the love