କାନ୍ଦି କାନ୍ଦି ଭିଡ଼ିଓ ଜାରି କଲେ ତପସ୍ଵିନୀ, କହିଲେ ମୁଁ ପଇସା ଚାହୁଁନି ମୋର ସୁମିତ ଦରକାର

ବ୍ରହ୍ମପୁର ୨୬/୧୨: ମୁଁ ବଞ୍ଚି ଥାଉ ଥାଉ ମୋତେ ନେଇଯାଅ ସୁମିତ । କାଲି ମୋ ମନରେ ଯଦି ମରିବାର ଭାବନା ଆସେ ତେବେ ତମେ ଆଉ ମୋତେ ପାଇପାରିବ ନାହିଁ । ଏତେ ଦିନର ଧାରଣା ପରେ ବହୁ କଷ୍ଟ ପାଇଲିଣି । ଯାହାକୁ ବିଶ୍ୱାସ କରି ହାତ ଧରିଥିଲି ସେ ହିଁ ବରବାଦ କରିବା ପାଇଁ ଚାହୁଁଛନ୍ତି । ଅନେକ ବର୍ତ୍ତମାନ ଚାହୁଁଛନ୍ତି ବାରଣ୍ଡାରୁ ମୋତେ ଉଠାଇବା ପାଇଁ । କିଏ ମାରିବା ଧମକ ଦେଉଛି ତ ଆଉ କେହି ଅଯଥାରେ କେସ ପକାଉଛନ୍ତି । ଯେଉଁମାନେ ମୋତେ ସପୋର୍ଟ ଦେଉଛନ୍ତି ତାଙ୍କୁ ଧନ୍ୟବାଦ । ପ୍ରକୃତରେ ମୁଁ ସୁମିତକୁ ବହୁତ ଭଲପାଏ, ତାଙ୍କୁ ବରବାଦ କରିବାକୁ ଚାହେଁନି । ମୁଁ ପଇସା ପାଇଁ ଏସବୁ କରୁନି, ମୋତେ ସୁମିତ ଦରକାର । ଶ୍ୱଶୁର ଦୟାକରନ୍ତୁ, ଛୋଟ ଝିଅ ଭାବି କ୍ଷମାକରିଦିଅନ୍ତୁ । ମୋତେ ମୋ ସ୍ୱାମୀକୁ ଫେରାଇ ଦିଅ । ଭିଡିଏ ଜାରି କରି ଏମିତି କହିଛନ୍ତି ସୁମିତ୍ ।

Spread the love