ଆଜି ମାର୍ଗଶୀର ପ୍ରଥମ ଗୁରୁବାର, ଶ୍ୱଶୁର ଘର ଆଗରେ ମାଣ ବସାଇଲେ ତପସ୍ୱିନୀ

ନ୍ୟାୟ ଭିକ୍ଷା କରି ଶ୍ୱଶୁର ଘର ଆଗରେ ତପସ୍ୱିନୀ । ଚାରି ଦିନ ହେଲା ଧାରଣାରେ ବସିଛନ୍ତି ତପସ୍ୱିନୀ । ସ୍ୱାମୀ ଓ ଶ୍ୱଶୁର ଘର ଲୋକ ତାଙ୍କୁ ପ୍ରତାରିତ କରି ଘରୁ ବାହାର କରିଦେଇଥିବା ସେ ଅଭିଯୋଗ କରିଛନ୍ତି । ଆଜି ମାର୍ଗଶୀର ମାସ ପ୍ରଥମ ଗୁରୁବାର ହୋଇଥିବାରୁ ମହିଳା ଜଣକ ଶ୍ୱଶୁର ଘର ଆଗରେ ପୂଜା କରିଛନ୍ତି ।ନ୍ୟାୟ ପାଇବା ଆଶାରେ ସ୍ୱେଛାସେବୀ ସଙ୍ଗଠନ ସହାୟତାରେ ଧାରଣା ଦେଇଛନ୍ତି ପୀଡିତା। ନ୍ୟାୟ ଭିକ୍ଷା ଆଶାରେ ମହିଳା ଜଣକ କୋର୍ଟ ଓ ଥାନାର ଦ୍ୱାରସ୍ଥ ହୋଇ ବିଫଳ ହେବା ପରେ ସ୍ୱେଚ୍ଛାସେବୀଙ୍କ ସହାୟତାରେ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେଇଛନ୍ତି। ମହିଳା ପୋଲିସ ମଧ୍ୟ ଉପସ୍ଥିତ ଅଛନ୍ତି। ସ୍ୱାମୀଙ୍କ ସହ କୋର୍ଟ ମ୍ୟାରେଜ କରିବା ପରେ ପ୍ରତାରିତ ହୋଇଛନ୍ତି ମହିଳା ଜଣକ। ଗଞ୍ଜାମ ବ୍ରହ୍ମପୁର ଅଞ୍ଚଳରେ ଏହି ଘଟଣା ଘଟିଛି।

Spread the love