ତପୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ବର ୧୯/୦୬: ଲୋକପ୍ରିୟ ଓଲିଉଡ୍‌ ସିଙ୍ଗର ତପୁ ମିଶ୍ରଙ୍କ ପରଲୋକ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତପୁ ମିଶ୍ରଙ୍କ ଦେହାନ୍ତ ଘଟିଛି। କରୋନାରେ ସୁସ୍ଥ ହେବା ପରେ ତାଙ୍କ ଶରୀରରେ ଲଗାତାର ଅକ୍ସିଜେନ୍‌ ଲେବଲ୍‌ କମି ଥିଲା। ପରେ ତାଙ୍କର ଆଇସିୟୁରେ ଚିକିତ୍ସା ଜାରି ରହିଥିଲା।

ତାଙ୍କର ଅକ୍ସିଜେନ୍ ଲେବଲ୍ ଲଗାତାର କମୁଥିବା ବେଳେ ଏଥିରେ ସୁଧାର ଆସିନଥିଲା।  ତାଙ୍କୁ ଅକ୍ସିଜେନ୍ ଦିଆଯାଉଥିଲା ।  ପ୍ରଥମେ ଗୋଟିଏ ହସ୍ପିଟାଲରେ ୬ଦିନ ଚିକିତ୍ସା ପରେ ଆଉ ଏକ ହସ୍ପିଟାଲକୁ ତାଙ୍କୁ ଚିକିତ୍ସା ଲାଗି ସ୍ଥାନାନ୍ତର କରାଯାଇଥିଲା ।

Spread the love