ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ପ୍ରସଙ୍ଗ: ଏସ ଆଇ ଟି ଗଠନ ଲାଗି ଦାବି କଲେ ବିଧାୟକ ତାରା ବାହିନୀପତି

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଏକ ସାଂଘାତିକ ମାମଲା। ଅର୍ଚ୍ଚନା ନାଗ ବିଷୟରେ କୌଣସି ତଥ୍ୟ ରଖୁନି ପୋଲିସ । ଏସଆଇଟି ଗଠନ କରାଯାଇ ହାଇକୋର୍ଟଙ୍କ ଜଣେ ବିଚାରପତିଙ୍କ ଦ୍ୱାରା ତଦନ୍ତ କରାଯାଉ । ଏଥିପାଇଁ ସରକାର ସମ୍ପୂର୍ଣ୍ଣ ତଥ୍ୟ ରଖିବା ଆବଶ୍ୟକ। ଅର୍ଚ୍ଚନା ମାମଲା ଏକ ବଡ ସେକ୍ସ ସ୍କାଣ୍ଡାଲ। ଓଡ଼ିଶାର ସଂସ୍କୃତିକୁ ନଷ୍ଟ କରାଯାଇଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ସେ ଆହୁରି କହିଛନ୍ତି, ଛୋଟ ଛୋଟ ପ୍ରସଙ୍ଗରେ ପୋଲିସ ସାମ୍ବାଦିକ ସମ୍ମିଳନୀ କରୁଛି। ଅର୍ଚ୍ଚନା ଘଟଣାରେ ୭୦ କୋଟି ଟଙ୍କାର କାରବାର ହୋଇଥିଲେ ବି ପୁଲିସ କିଛି ବି ତଥ୍ୟ ରଖୁନି। ଅଞ୍ଜନା ମିଶ୍ର ମାମଲା ସହ ତୁଳନା କରି କହିଲେ ଅଞ୍ଜନା ମିଶ୍ର ମାମଲାଠୁ ଢେର୍ ଗୁଣରେ ସାଙ୍ଘାତିକ ଏ ମାମଲା। ଅଞ୍ଜନା କେସର ଇଏ ବାପା।

ଅର୍ଚ୍ଚନା ମାମଲା ଏକ ବଡ଼ ସେକ୍ସ୍ ସ୍କାଣ୍ଡାଲ। ଓଡ଼ିଶାର ସଂସ୍କୃତିକୁ ନଷ୍ଟ କରିଛନ୍ତି ରାଜ୍ୟ ସରକାର। ଅର୍ଚ୍ଚନା ନାଗ ବିଷୟରେ କୌଣସି ତଥ୍ୟ ରଖୁନି ପୁଲିସ। ଏସ ଆଇ ଟି ଗଠନ କରାଯାଇ ହାଇକୋର୍ଟଙ୍କ ଜଣେ ବିଚାରପତିଙ୍କ ଦ୍ଵାରା ତଦନ୍ତ କରାଯାଉ। ସରକାର ସମ୍ପୂର୍ଣ୍ଣ ତଥ୍ୟ ରଖିବା ଆବଶ୍ୟକ।

Spread the love