ସମସ୍ତଙ୍କୁ ଜାଣି ରଖିବା ଉଚିତ, ତରକାରୀ ଲୁଣିଆ ହେଲେ କ’ଣ କରିବେ

ଅନେକ ସମୟରେ ଘରଣୀମାନେ ଖାଦ୍ୟ ରାନ୍ଧିବା ବେଳେ ଆବଶ୍ୟକତା ଠାରୁ ଅଧିକ ଲୁଣ ପଡ଼ିଯାଇଥାଏ। ଖାଦ୍ୟରେ ଲୁଣ କମିଲେତ ଚଳି ଯିବ ହେଲେ ଲୁଣ ଅଧିକ ହେଲେ ଖାଦ୍ୟ ପାଟିକୁ ରୁଚେନି। ଏହି କାରଣରୁ ଅନେକ ସମୟରେ ଖାଦ୍ୟ ଫୋପଡିବା ସହ ଆଉଥରେ ରାନ୍ଧିବା କୁ ପଡ଼ିଥାଏ ସେମାନଙ୍କୁ । ଯଦି ସମୟ ଅଛି ଖାଦ୍ୟ ଆଉଥରେ ରାନ୍ଧିଲେ ହୁଏତ ଚଳିବ ହେଲେ ସମୟ ନଥିଲେ କଣ୍ କରିବେ ଜାଣି ପାରନ୍ତି ନାହିଁ ବାଧ୍ୟ ହୋଇ ଲୁଣିଆ ଖାଦ୍ୟ ପରିଶି ଥାନ୍ତି, ନଚେତ କେହି କେହି ଅଧିକ ପାଣି ଦେଇଥାନ୍ତି ଯଦ୍ୱାରା ଖାଦ୍ୟର ସ୍ବାଦ ନଷ୍ଟ ହୋଇଯାଏ। ତେବେ ଆମେ ଆପଣଙ୍କୁ କିଛିଟା ଉପାୟ ବତାଉଛୁ ଯାହାଦ୍ଵାରା ଲୁଣିଆ ଖାଦ୍ୟ ରେ ସମାନତା ଆଣିହେବ ଆଉ ସ୍ବାଦ ରେ ବି କିଛି ଫରକ୍ ପଡିବନି। ଯଦି ଡାଲି କି ତରକାରୀରେ ଲୁଣ ଅଧିକ ହୋଇଯାଇଛି ତେବେ ଗୋଟିଏ କଞ୍ଚା ବା ସିଝା ଆଳୁର ଚୋପା ଛଡ଼ାଇ ସେଥିରେ ଖଣ୍ଡ ଖଣ୍ଡ କଟି ପକାଇ ରଖନ୍ତୁ। ପ୍ରାୟ ୧୫ ରୁ ୨୦ ମିନିଟ ପରେ ସେହି ଖଣ୍ଡ ଆଳୁକୁ ସେଥିରୁ ବାହାର କରିଦିଅନ୍ତୁ। ଦେଖିବେ ଲୁଣର ମାତ୍ରା ଖାଦ୍ୟରେ କମ ହୋଇଯିବ। ଯଦି ଡାଲି ବା ତରକାରୀ ଅଧିକ ଲୁଣିଆ ହୋଇଯାଇଛି ତେବେ ସେଥିରେ ଏକ ଅଟା ଗୁଳା ବା ଛୋଟ ଛୋଟ ୩-୪ ଟି ଗୁଳା କରି ରଖନ୍ତୁ ଦେଖିବେ ସେହି ଅଟା ଗୁଳା ଲୁଣ କମ କରିବାରେ ସାହାଯ୍ୟ କରିବ। ତେବେ ଅଟା ଗୁଳା ପକାଇ ବା ସମୟରେ ରନ୍ଧା ଖାଦ୍ୟ ଗରମ୍ ରହିଲେ ଭଲ। ଏହା ବ୍ୟତୀତ ଖାଦ୍ୟ ଲୁଣିଆ ହୋଇଥିଲେ ସେଥିରେ କିଛି ଦହି ବା ଅଳ୍ପ କ୍ଷୀର ପକାଇ ଗରମ କରିଦିଅନ୍ତୁ ଦେଖିବେ ଲୁଣ କମ ହୋଇଯିବ। ଆପଣ ଏହି ଉପାୟ ଉଭୟ ଆମିଷ ଓ ନିରାମିଷ ଖାଦ୍ୟରେ ପ୍ରୟୋଗ କରିପାରିବେ। କିଛି ବ୍ରେଡ କୁ ଖଣ୍ଡ ଖଣ୍ଡ କରି ଲୁଣିଆ ହୋଇଥିବା ଖାଦ୍ୟରେ ପକାଇ ୧୦/୧୫ ମିନିଟ ପରେ ସେଥିରୁ ବାହାର କରିଦିଅନ୍ତୁ ଦେଖିବେ ଲୁଣ କମ ହୋଇଯିବ। ଏହା ଛଡ଼ା ଡାଲି ଲୁଣିଆ ହୋଇଥିଲେ ସେଥିରେ କିଛି ଲେମ୍ବୁ ରସ ମିଶାଇ ଦିଅନ୍ତୁ ଠିକ ହେଇଯିବ। ଲୁଣିଆ ହୋଇଥିବା ଡାଲି ବା ତରକାରିରେ କିଛି ଭଜା ବା କଞ୍ଚା ପିଆଜ ପକାଇ ଫୁଟେଇ ଦିଅନ୍ତୁ ଦେଖିବେ ଲୁଣ କମ ହୋଇଯିବ। ଏହି ଉପାୟ ଟି ଚିଲି ଖାଦ୍ୟ ପ୍ରସ୍ତୁତି ସମୟରେ ମଧ୍ୟ ପ୍ରୟୋଗ କରିପାରିବେ।

 

ଯଦି କଞ୍ଚା ପିଆଜ ଆପଣଙ୍କୁ ପସନ୍ଦ ନୁହେଁ ତେବେ କିଛି ସମୟ ପରେ ତାକୁ ବାହାର କରି ଦିଅନ୍ତୁ। ପିଆଜ ବ୍ୟବହାର ପରେ କେବଳ ଖାଦ୍ୟରୁ ଲୁଣ କମିନଥାଏ ସ୍ବାଦ ମଧ୍ୟ ବଢ଼ି ଯାଏ। ଏହାସହ ଗୋଟିଏ ଚାମଚ୍ ଭିନେଗାର ଓ ଚିନି ମିଶାଇ ଖାଦ୍ୟରେ ପ୍ରୟୋଗ କରିବା ଦ୍ୱାରା ଲୁଣ କମ ହୋଇ ସମାନତା ଆସିଥାଏ। ଏହା ବ୍ୟତୀତ କିଛି ଟମାଟ ରସ ବା କଟି ଲୁଣିଆ ହୋଇଥିବା ଖାଦ୍ୟରେ ପକାଇ ଫୁଟାଇ ଦିଅନ୍ତୁ ଲୁଣ କମିଯିବ। ତେବେ ଖାଦ୍ୟ ପ୍ରସ୍ତୁତି ସମୟରେ ଲୁଣ, ହଳଦୀ, ମସଲା, ଲଙ୍କା ଯାହାବି ବ୍ୟବହାର କରୁଛନ୍ତି ଅନୁମାନରେ ପ୍ରୟୋଗ ନକରି ଚାମଚ ବ୍ୟବହାର କରିବା ଭଲ।

Spread the love