ନୂଆ ଦେଶାତ୍ମବୋଧକ ଗୀତ ‘ଆମ ଓଡିଶା ଭୁଇଁ’ ର ରେକର୍ଡ଼ିଂ : ୧୦ ଜଣ କଣ୍ଠଶିଳ୍ପୀ ଗାଇଲେ ଗୀତ

କଟକ, ୭/୩: ଉତ୍କଳ ଦିବସ ଉପଲକ୍ଷେ ତରଂଗ ମ୍ୟୁଜିକ୍ ର ନୂଆ ଦେଶାତ୍ମବୋଧକ ଗୀତ “ଆମ ଓଡିଶା ଭୂଇଁ” କଟକ ର ସାଉଣ୍ଡ ୱ୍ୱେଭ୍ ” ଷ୍ଟୁଡିଓରେ ରେକର୍ଡିଂ ହୋଇ ଯାଇଛି । ଓଡିଶାର ମାଟି ପାଣି ପବନ କଳା ସଂସ୍କୃତି ପରଂପରା ଏତିହ୍ୟ ଓ ଗୌରବମୟ ଇତିହାସ ଉପରେ ଆଧାରିତ ଗୀତ ଟିକୁ ରଚନା କରିଛନ୍ତି  ଗୀତିକାର ଲଳିତ ନାରାୟଣ ରଥ । ସଂଗୀତରେ ସଜେଇଛନ୍ତି ମେଲୋଡି ମେକର୍ ସଂଗୀତ ନିର୍ଦେଶକ ପବିତ୍ର ପଟ୍ଟନାୟକ ।

ଓଡିଶାର ସୁନାମଧନ୍ୟ ୧୦ ଜଣ ଯୁବ କଣ୍ଠଶିଳ୍ପୀ ଏହି ଗୀତ ଟିରେ କଣ୍ଠଦାନ କରିଛନ୍ତି । ଗୀତ ଟି ଖୁବ୍ ମନଛୁଆଁ ଓ ହ୍ରୁଦୟ ଶ୍ପର୍ସୀ ହୋଇଛି । ଆସନ୍ତା ଉତ୍କଳ ଦିବସ ଅବସର ରେ ଓଡିଶାର ମାନ୍ୟବର ରାଜ୍ୟପାଳ ଭିଡିଓ କ୍ୟାସେଟ୍ ଟି ଉନ୍ମୋଚନ କରିବାର ଯୋଜନା ରହିଛି । ଗୀତ ଟି ଓଡିଶାର ପ୍ରତ୍ୟେକ ହ୍ରୁଦୟକୁ ଛୁଇଁ ପାରିବ ବୋଲି ଆଶା ଓ ବିଶ୍ୱାସ ।

Spread the love