ତରଂଗ ମିଉଜିକ୍ ପ୍ରସ୍ତୁତ କଲା ମିଠା ମିଠା ଗୀତ

ଭୁବନେଶ୍ୱର, ୧୧/୧୨: ତରଂଗ ମିଉଜିକ୍ ପାଇଁ ମିଠା ମିଠା ଗୀତ ପ୍ରସ୍ତୁତ କଲେ ଗୀତିକାର ଲଳିତ ନାରାୟଣ ରଥ ଓ ମେଲୋଡି ମେକର ସଂଗୀତ ନିର୍ଦେଶକ ପବିତ୍ର ପଟ୍ଟନାୟକ। ଗୀତ ଗୁଡିକ ବହୁତ ମନଛୁଆଁ ଓ ହ୍ରୁଦୟସ୍ପର୍ଶୀ ହୋଇଛି ।


ଅନ୍ତରା ଚକ୍ରବର୍ତ୍ତୀ ଓ ସ୍ୱୟମ ପାଢୀଂକ କଣ୍ଠରେ ଦୁଇଟି ଗୀତ ରିଲିଜ୍ ହେଇଥିବା ବେଳେ ଆହୁରି ଅନେକ ଗୀତରେ କଣ୍ଠ ଦାନ କରିଛନ୍ତି ଓଡିଶାର ସୁନାମଧନ୍ୟ କଣ୍ଠ ଶିଳ୍ପୀ ହ୍ୟୁମାନସାଗର , ବିଷ୍ଣୁ କବି , ସତ୍ୟଜିତ, ଶଶାଂକ , ଅନନ୍ୟା, ଶ୍ୱେତା ମିଶ୍ର ,ସୁଶ୍ମିତା ଦାଶ ପ୍ରଭ୍ରୁତି ।

Spread the love