ଓଡିଆରେ ଶୁଭେଛା ବାର୍ତ୍ତା ଦେବାସହ ବନ୍ଦେ ଉତ୍କଳ ଜନନୀ ଗାଇଲେ ରାଜ୍ୟପାଳ

କଟକ, ୧୮/୩: ଉତ୍କଳ ଦିବସ ଉପଲକ୍ଷେ ତରଂଗ ମିଉଜିକ୍ ପ୍ରସ୍ତୁତ କରୁଛି ଏକ ଦେଶାତ୍ମବୋଧକ ଗୀତ ” ସୁନ୍ଦର ମୋ ଓଡିଶା ଭୂଇଁ “। ଗୀତଟିକୁ ଲଳିତ ନାରାୟଣ ରଥ ରଚନା କରିଥିବାବେଳେ ସଂଗୀତରେ  ସଜେଇଛନ୍ତି ଓଡ଼ିଶାର ଆଗ ଧାଡ଼ିର ସଂଗୀତ  ନିର୍ଦ୍ଦେଶକ ପବିତ୍ର ପଟ୍ଟନାୟକ। ଗୀତ ଟି ଓଡିଶାର ମାଟି ପାଣି ପବନ ପ୍ରାକୃତିକ ସଂପଦ କଳା ସଂସ୍କ୍ରୁତି ଐତିହ୍ୟ ପରଂପରା ଓ ଗୌରବ ମୟ ଇତିହାସ ଉପରେ ଆଧାରିତ ଓ ବେଶ୍ ମନଛୁଆଁ ଓ ହ୍ରୁଦୟ ସ୍ପର୍ଶୀ ହୋଇଛି ।

ଗୀତ ଟିରେ ଓଡିଶାର ସୁନାମଧନ୍ୟ କଣ୍ଠ ଶିଳ୍ପୀ ବିଷ୍ଣୁ ମୋହନ କବି , ସତ୍ୟଜିତ୍ ପ୍ରଧାନ, ଶଶାଂକ ଶେଖର, ସ୍ୱୟମ୍ ପାଢୀ, ତାରିକ୍ ଅଜିଜ୍, ବାସୁଦେବ ମାଳ ବିଶୋଇ , ଅନ୍ତରା ଚକ୍ରବର୍ତ୍ତୀ , ସୋହିନୀ ମିଶ୍ର , ଲୋପାମୁଦ୍ରା ଦାଶ , ଅର୍ପିତା ଚୌଧୁରୀ , ଶ୍ୱେତା ମିଶ୍ର ଓ ଜାଗ୍ରୁତି ମିଶ୍ର ସମୁଦାୟ ୧୨ ଜଣ କଣ୍ଠଶିଳ୍ପୀ କଣ୍ଠ ଦାନ କରିଛନ୍ତି। ସବୁଠାରୁ ଖୁସିର କଥା ଓଡିଶାର ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଶୀଲାଲ ଗୀତିକାର, କଣ୍ଠଶିଳ୍ପୀ ସଂଗୀତକାର ଓ  ତରଙ୍ଗ ମ୍ୟୁଜିକ୍ ର ଭୂରିୟସୀ ପ୍ରଶଂସା କରି ଓଡିଆରେ ଶୁଭେଛା ବାର୍ତ୍ତା ଦେବାସହ ବନ୍ଦେ ଉତ୍କଳ ଜନନୀ ମଧ୍ୟ ଗାନ କରିଛନ୍ତି। ଗୀତ ଟିର ଭିଡିଓ ଉତ୍କଳ ଦିବସ ଅବ୍ୟବହିତ ପୂର୍ବରୁ ରିଲିଜ୍ ହେବାର କାର୍ଯ୍ୟକ୍ରମ ରହିଛି ।

Spread the love