ମାଷ୍ଟର କ୍ୟାଣ୍ଟିନ ତାରିଣୀ ମନ୍ଦିରରେ ଚଢିଲା ବୁଲଡୋଜର

ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ବହୁ ପୁରାତନ ମା ତାରିଣୀ ମନ୍ଦିରକୁ ଆଜି ସମ୍ପୂର୍ଣ୍ଣ ଉଛେଦ କରାଯାଇଛି। ବିଏମସି ଓ ସ୍ମାର୍ଟସିଟି ପକ୍ଷରୁ ମିଳିତ ଭାବେ ଏହି ଉଛେଦ କରାଯାଇଛି। ପୂର୍ବରୁ ପର୍ଯ୍ୟାୟ କ୍ରମେ ମନ୍ଦିରର ଚତୁଃପାଶ୍ୱକୁ ଉଛେଦ କରାଯାଇଥିଲେ ମଧ୍ଯ କୋର୍ଟରେ ମାମଲା ବିଚାରାଧୀନ ଥିବା ଓ ଭକ୍ତଙ୍କ ବିରୋଧ ଯୋଗୁଁ ମୁଖ୍ୟ ମନ୍ଦିରକୁ ଛାଡି ଦିଆଯାଇଥିଲା। ଇତିମଧ୍ୟରେ ମନ୍ଦିରକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ହୋମିଓପାଥୀ କଲେଜ ନିକଟରେ ଜମି ଓ ମନ୍ଦିର ନିର୍ମାଣ କରି ପ୍ରତିଷ୍ଠା କରାଯାଇଛି।

ରାସ୍ତା ମଝିରେ ପୁରୁଣା ମନ୍ଦିର ଥିବା କାରଣରୁ ଟ୍ରାଫିକ ସମସ୍ୟା ସହିତ ଶିଶୁଭବନ ଛକ ଠାରୁ ବାଣୀବିହାର ଛକ ପର୍ଯ୍ୟନ୍ତ ସ୍ମାର୍ଟ ଜନପଥ ପ୍ରକଳ୍ପରେ ବାଧା ସୃଷ୍ଟି ହେଉଥିଲା। ଆଜି ମନ୍ଦିର ଉଛେଦ ସହ ସ୍ମାର୍ଟ ଜନପଥ ପ୍ରକଳ୍ପ ପାଇଁ ପ୍ରତିବନ୍ଧକ ଦୂର ହୋଇପାରିଥିବା କହିଛନ୍ତି ବିଏମସି ଏନଫୋର୍ସମେଣ୍ଟ ଅଧିକାରୀ। ଏହି ସମୟରେ ଦେଖିବାକୁ ମିଳିଥିଲା ମା ତାରିଣୀ ଙ୍କ ପାଖରେ ମାନସିକ କରି ଦାନ କରିଥିବା ନଡିଆ ପଡି ରହିଛି। ସେଠରେ ଥିବା ବିଶାଳକାୟ ବରଗଛ କୁ କଟାଯିବ ନା ସେ ଗଛଟି ସେଠି ରହିବ ତାର ନିଷ୍ପତ୍ତି ବିଏସସିଏଲ୍ ନେବ ବୋଲି କହିଛନ୍ତି ଏନଫୋର୍ସମେଣ୍ଟ ଅଧିକାରୀ।
Spread the love