ମିଠା ଖେଚୁଡ଼ି

ଆବଶ୍ୟକୀୟ ସାମଗ୍ରୀ:

ବାସୁମତୀ ଚାଉଳ- ୨ କପ୍, କେସର କ୍ଷୀର-୧/୨ କପ୍, ଚିନି- ୩ କପ୍, କାଜୁ- ୧୪ ରୁ ୧୫ଟି, ନଡ଼ିଆ- ୧/୨ଟି, ବାଦାମ- ୧୦ଟି, କିସମିସ୍‌- ୮ରୁ ୧୦ଟି, ଅଳେଇଚ – ୫ରୁ ୬ଟି, ଲବଙ୍ଗ – ୪ ରୁ ୫ଟି, ଘିଅ– ୨ ଚାମଚ, ପାଣି- ୩ କପ୍, ଗୁଜୁରାତି- ୩ଟି

ପ୍ରସ୍ତୁତି ପ୍ରଣାଳୀ:

ମିଠା ଖେଚୁଡ଼ି ତିଆରି କରିବା ପାଇଁ ପ୍ରଥମେ କ୍ଷୀରରେ କେସର ମିଶାଇ ରଖି ଦିଅନ୍ତୁ । ଏବେ ଚାଉଳକୁ ଭଲ ଭାବେ ଧୋଇ ୧ ଘଣ୍ଟା ପାଇଁ ପାଣିରେ ଭିଜାଇ ରଖନ୍ତୁ ପରେ ପାଣିରୁ କାଢ଼ି ଏକ ପ୍ଲେଟରେ ଖେଳାଇ ଦିଅନ୍ତୁ । ଏବେ ପ୍ରେସର କୁକରରେ ଚାଉଳ, ପାଣି, କେସର କ୍ଷୀର, ଘିଅ ଏବଂ ଚିନି ପକାଇ ୨ଟି ସିଟି ଆସିବା ପର୍ଯ୍ୟନ୍ତ ବସାନ୍ତୁ । ଏବେ ଏକ ପ୍ୟାନ୍‌ରେ ଘିଅକୁ ଗରମ କରିବା ପରେ ସେଥ‌ିରେ ଲବଙ୍ଗ, କାଜୁ, ବାଦାମ, ଅଳେଇଚ ପାଉଡର ଏବଂ ନଡ଼ିଆ ପକାଇ ଭଲ ଭାବେ ଭାଜି ଦିଅନ୍ତୁ । ସେଥ‌ିରେ ଚାଉଳ, କିସମିସ୍ ଏବଂ ଗୁଜୁରାତି ପକାଇ ସମସ୍ତ ସାମଗ୍ରୀକୁ ଭଲଭାବେ ମିଶାଇ ଦିଅନ୍ତୁ । ଏହା ପରେ ୫ ମିନିଟ୍ ଯାଏଁ ଧିମା ଆଞ୍ଚରେ ଏହାକୁ ସିଝାଇ ଗ୍ୟାସ ବନ୍ଦ କରିଦିଅନ୍ତୁ । ଗ୍ୟାସ ବନ୍ଦ କରିବାର ୨ ମିନିଟ୍ ପର୍ଯ୍ୟନ୍ତ ପ୍ୟାନ ଉପରୁ ଘୋଡ଼ଣି କାଢ଼ନ୍ତୁ ନାହିଁ । ଏବେ ପ୍ରସ୍ତୁତ ହୋଇଗଲା ମିଠା ଖେଚୁଡ଼ି ।

Spread the love