ନବ ନିଯୁକ୍ତ ଟାଟା ପାୱାର କର୍ମଚାରୀଙ୍କ ସୁରକ୍ଷା ଉପରେ ତାଲିମ୍ ଶିବିର ଅନୁଷ୍ଠିତ

ପାଟଣା, ୨୧।୦୯: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ସ୍ଥିତ ଉପଖଣ୍ଡ ବିଦ୍ୟୁତ କାର୍ଯ୍ୟାଳୟରେ ଟାଟା ପାଓ୍ବାର ଉତ୍ତର ଓଡ଼ିଶା ମଣ୍ଡଳ ପକ୍ଷରୁ ନବନିଯୁକ୍ତ କର୍ମଚାରୀଙ୍କୁ ସୁରକ୍ଷା ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ ତୁରୁମୁଙ୍ଗା ଦଧିବାହନ ଶିଳ୍ପ ତାଲିମ ଅନୁଷ୍ଠାନରେ ଅନୁଷ୍ଠିତ ହୋଇଯାଇଛି । ଏହି ସୁରକ୍ଷା ସମ୍ବନ୍ଧୀୟ ତାଲିମ୍‌ରେ ପାଟଣା ଓ ସାହାରପଡା ଅଞ୍ଚଳରେ ନବନିଯୁକ୍ତ ହୋଇଥିବା ୧୦୦ରୁ ଉର୍ଦ୍ଧ୍ୱ  କର୍ମଚାରୀଙ୍କୁ କାର୍ଯ୍ୟ କରିବା ସମ୍ପର୍କରେ କିପରି ନିରାପଦ ଓ ସୁରକ୍ଷିତ ଭାବରେ କାର୍ଯ୍ୟ କରିବେ ସେ ସମ୍ପର୍କରେ ସୁରକ୍ଷା ପ୍ରଶିକ୍ଷକ ଇଂ ଜିତେନ୍ଦ୍ର ସାହୁ ତାଲିମ ଦେଇଥିଲେ । ବିଦ୍ୟୁତ ବିଭାଗର ଉପଖଣ୍ଡ ଅଧିକାରୀ ଚିରଞ୍ଜିତ ସାହୁ ସାହାରପଡା କନିଷ୍ଠ ଯନ୍ତ୍ରୀ ଲକ୍ଷ୍ମୀକାନ୍ତ ଷଡ଼ଙ୍ଗୀଙ୍କ ପ୍ରମୁଖ ଉପସ୍ଥିତ ରହିଥିଲେ।

Spread the love