ମାଆ ପାଇଁ ରାଜନୀତିକୁ ଆସିଲେ, ପୁଅ ପାଇଁ ଛାଡ଼ିଲେ – ତଥାଗତ

ଅନୁଗୁଳ, ବିକାଶ ଚନ୍ଦ୍ର ସାହୁ : ରାଜନୀତିରୁ ସନ୍ୟାସ ନେଲେ ତଥାଗତ ଶତପଥୀ  । ଢେଙ୍କାନାଳ ସାଂସଦ ତଥାଗତ ଶତପଥୀ ରାଜନୀତିରୁ ଦୂରେଇ ପରିବାର ଏବଂ ଗଣ ମାଧ୍ୟମ ସଂସ୍ଥାକୁ ସମୟ ଦେବାକୁ ସନ୍ୟାସ ନେଇଥିବା ଆଜି ସୁଚନା ଦେଇଛନ୍ତି । ତେବେ ନିଜ ପୁଅର ଚାପରେ ସେ ରାଜନୀତି ଛାଡ଼ିଥିବା ସ୍ପଷ୍ଟ କରିଛନ୍ତି  ।
ଆଗରୁ ବହୁ ନିର୍ବାଚନ ଜିତିଛି  । ତେଣୁ ଏବେ ରାଜନୀତି ଛାଡ଼ି ସାମ୍ବାଦିକତା ଉପରେ ଫୋକସ କରିବି ବୋଲି ତଥାଗତ କହିଛନ୍ତି  । ରାଜନୀତି ଛାଡ଼ିବା ନେଇ ତଥାଗତ କହିଛନ୍ତି କି ମୋ ପରିବାର କେହି ରାଜନୀତିରେ ଯୋଗ ଦେବେନି  କି ମୁଁ ବି ଆଉ ଅନ୍ୟ କୌଣସି ଦଳରେ ଯୋଗ ଦେବାର ପ୍ରଶ୍ନ ଉଠୁନି  । ତେବେ ଏତେ ଦିନ ଧରି ରାଜନୀତିରେ ରହିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ତଥାଗତ ଧନ୍ୟବାଦ ଦେଇଛନ୍ତି  ।
ମାଆ ନନ୍ଦିନୀ ଶତପଥୀଙ୍କ ପାଇଁ ରାଜନୀତିକୁ ଆସିଥିବା ତଥାଗତ ପୁଅ ପାଇଁ ପଲିଟିକ୍ସରୁ ଦୂରେଇ ଯିବା କଥାଟା ଟିକେ ସନ୍ଦେହ ସୃଷ୍ଟି କରୁଛି । ୧୨ ବର୍ଷର ପୁଅ କଥାରେ ଓଡ଼ିଶାର ଜଣେ ନାମୀ ନେତା କେମିତି ରାଜନୀତିକୁ ବାୟ ବାୟ କଲେ ସେ ପ୍ରଶ୍ନ ଏବେ ମୁଣ୍ଡ ଟେକିଛି  । ନିର୍ବାଚନ ଆଉ କେଇଟା ଦିନ ଥିବା ବେଳେ ତଥାଗତଙ୍କ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି ।  ପ୍ରକୃତରେ କଣ କାରଣ ରହିଛି ତାହା ସମସ୍ତଙ୍କ ମନରେ ରହିଥିବାବେଳେ ଟିକେଟ ମିଳି ନପାରେ ବୋଲି ଏଭଳି ନିଷ୍ପତ୍ତି ନେଇଥିବା କିଛି କହୁଥିବାବେଳେ ତୃତୀୟ ମହଲାର ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଏଭଳି କରିଛନ୍ତି ବୋଲି ଆଉ କିଛି କହୁଛନ୍ତି ।
ଅନ୍ୟପଟେ ତାଙ୍କ ଧର୍ମପତ୍ନୀଙ୍କୁ ବିଧାୟକ ଟିକେଟ ମିଳି ପାରେ ବୋଲି ସେ ପ୍ରତ୍ୟକ୍ଷ ରାଜନୀତି ଓହରି ଯ଼ାଇ ଥାଇ ପାରି ଥାଆନ୍ତି ବୋଲି ଅନେକ ଆଶାବ୍ୟକ୍ତ କରୁଛନ୍ତି । ତେବେ ରାଜନୀତି ଛାଡ଼ି ସେ ନିରପେକ୍ଷ ସାମ୍ବାଦିକତା କରିବେ , ନିଜ ସମ୍ବାଦପତ୍ର ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟରେ ନିରପେକ୍ଷତା ବଜାୟ ରଖିବେ ବୋଲି ତଥାଗତ କହିଛନ୍ତି  ।
Spread the love