କଲବଲ କରୁଛି ତାତି ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ଆଜି ଓ ଆସନ୍ତାକାଲି ଆହୁରି ଗ୍ରୀଷ୍ମ ପ୍ରବାହ କଲବଲ କରିବ। ଅଧିକାଂଶ ଜିଲ୍ଲାରେ ୪୦ରୁ ୪୫ ଡିଗ୍ରୀ ମଧ୍ୟରେ  ତାପମାତ୍ରା ରହିବ । ୨୪ ଘଣ୍ଟା ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଦେବଗଡ, ଅନୁଗୁଳ, ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବୌଦ୍ଧ ଏବଂ ବଲାଙ୍ଗିରକୁ ସତର୍କତା ଜାରି କରାଯାଇଛି ।ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକଠୁ ୩ରୁ ୫ ଡିଗ୍ରୀ ତାପମାତ୍ରା ବଢିବା ନେଇ ଆକଳନ କରାଯାଇଛି । ଦୁଇଦିନ ପରେ ମେ’ ପହିଲାରୁ କମିବ ତାପମାତ୍ରା । କାଳବୈଶାଖୀ ପ୍ରଭାବରେ କମିବ ପାରଦ । ମେ ୧ ରୁ ୨ ତାରିଖ ମଧ୍ୟରେ ୨ ଡିଗ୍ରୀ ଯାଏ ତଳକୁ ଖସିବ ଦିନର ତାପମାତ୍ରା, ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Spread the love