ଅଧିକ ଟ୍ୟାକ୍ସ ଦେଇ ସମ୍ମାନିତ ହେଲେ ବଲିଉଡ ଅଭିନେତା ଅକ୍ଷୟ କୁମାର

ମୁମ୍ବାଇ :  ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଠୁ ଅଧିକ ଟ୍ୟାକ୍ସ ଦେଉଥିବା ଅଭିନେତା ହେଉଛନ୍ତି ଖିଲାଡି ଅକ୍ଷୟ କୁମାର । ଏଥିପାଇଁ ତାଙ୍କୁ ଇନକମ ଟାକ୍ସ ଡିପାର୍ଟମେଣ୍ଟ ପକ୍ଷରୁ ସମ୍ମାନିତ ମଧ୍ୟ କରାଯାଇଛି । ଖିଲାଡି କୁମାରଙ୍କୁ ଆୟକର ବିଭାଗ ସମ୍ମାନିତ କରିଥିବା ସାର୍ଟିଫିକେଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଚଳିତ ବର୍ଷ ୨୯.୫ କୋଟି ଟଙ୍କା ଆୟକର ଦେଇଛନ୍ତି ।ଲଗାତାର ୫ବର୍ଷ ଧରି ଅକ୍ଷୟ କୁମାର ବଲିଉଡ ଇଣ୍ଡଷ୍ଟ୍ରୀ ହାଇଏଷ୍ଟ ଟାକ୍ସ ପେୟର ରହିଆସିଛନ୍ତି । ସେହିପରି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଠୁ ଅଧିକ ଟାକ୍ସ ପେୟର ଭାବେ ସମ୍ମାନିତ ହୋଇଛନ୍ତି ସୁପରଷ୍ଟର ରଜନୀକାନ୍ତ ।

Spread the love