ଟାଟା କନ୍ସଲଟାନ୍ସି ସର୍ଭିସ ୨୦୨୩ରେ ୪୦ ହଜାର ନିଯୁକ୍ତି

ନୂଆଦିଲ୍ଲୀ  : ଟାଟା କନ୍ସଲଟାନନ୍ସି ସର୍ବିସ(ଟିସିଏସ) ବା ଭାରତର ସବୁଠାରୁ ବଡ଼଼ ଆଇଟି ସେବା ଫାର୍ମ  ୨୦୨୨ ମସିହାରେ ଏକ ଲକ୍ଷରୁ ଅଧିକ ଫ୍ରେସରମାନଙ୍କୁ ନିଯୁକ୍ତି ଦେଇଛି ଓ ୨୦୨୩ ମସିହାରେ ୪୦ ହଜାର ଲୋକଙ୍କୁ ନିଯୁକ୍ତି ଦେବାର ଲକ୍ଷ ରଖିଛି। ଏହାଛଡ଼ା କମ୍ପାନୀ ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା କମ୍ପାନୀ ୧ ଲକ୍ଷ ୩ ହଜାର୫୪୬ ଜଣ ଲୋକଙ୍କୁ ନିଯୁକ୍ତି ଦେଇ ରେକର୍ଡ ସୃଷ୍ଟି କରିଛି। ସେହିପରି ୨୦୨୧ ମସିହାରେ କମ୍ପାନୀ ୪୦ହଜାର ଲୋକଙ୍କୁ ନିଯୁକ୍ତି ଦେଇଥିଲା।

୨୦୨୨ ମସିହାରେ ଟିସିଏସ ୭୮ ହଜାର ଫ୍ରେସରମାନଙ୍କୁ ନିଯୁକ୍ତି ଦେଇଛି । ଯାହାକି ୨୦୨୧ ମସିହାରେ ୪୦ ହଜାରରୁ ଅଧିକ ଥିଲା। କିନ୍ତୁ ଏଟ୍ରିସନ ଏବେ କମ୍ପାନୀ ପାଇଁ ଚିନ୍ତାର କାରଣ ପାଲଟିଛି। କମ୍ପାନୀର ଏଟ୍ରିସନ ଏକ ତୃତୀୟାଂଶ ବଢ଼ି୧୭.୪ ପ୍ରତିଶତ ହୋଇଥିଲା । ଯାହାକି ବର୍ଷର ଆରମ୍ଭରେ ୮.୬ ପ୍ରତିଶତ ଓ ଡିସେମ୍ବର ୨୦୨୧ରେ ଏକ ତୃତୀୟାଂଶରେ ୧୧.୯ ପ୍ରତିଶତ ଥିଲା।

କୋଟାକ ଇନିଷ୍ଟିଚ୍ୟୁଏସନାଲ ଇକ୍ୟୁଇଟିଜ ତାର ନୋଟରେ କହିଛି ଅଭିଜ୍ଞ ବ୍ୟକ୍ତିମାନଙ୍କର ଅଭାବ ହେଉଥିବାରୁ କମ୍ପାନୀ ଅଧିକ ଫ୍ରେସରମାନଙ୍କୁ ନିଯୁକ୍ତି କରିଛ। ଆମେ ଆଶା କରୁଛୁକି କମ୍ପାନୀର ନିଯୁକ୍ତି ଯୋଜନାକୁ ଦେଖି ଦୁଇ ବର୍ଷ ତୁଳନାରେ ୨୦୨୩ରେ ଆଟ୍ରିସନ କମିବା ଆରମ୍ଭ ହେବ ଓ ନିଯୁକ୍ତି କମିଯିବ ।  ଆର୍ଥିକ ବର୍ଷ ଶେଷ ସୁଦ୍ଧା କମ୍ପାନୀର ସମସ୍ତ କର୍ମଚାରୀଙ୍କ ସଂଖ୍ୟା ୫ଲକ୍ଷ ୯୨ ହଜାର ୧୯୫ ଜଣ ଥିଲେ। ଫ୍ରେସରମାନଙ୍କ କାମ କରିବାରେ ଚ୍ୟାଲେଞ୍ଜକୁ ସାମ୍ନା କରି ମଧ୍ୟ କମ୍ପାନୀ ଯୋଗାଣ ପକ୍ଷଙ୍କୁ ସାମ୍ନାକରିବାକୁ ଆତ୍ମବିଶ୍ୱାସ ରଖିଛି ।

Spread the love