ଚା’ ସହ ସେବନ କରନ୍ତୁ ନାହିଁ ଏହି ଜିନିଷ

ଚା’ ପିଇବା ସମୟରେ କେତୋଟି  ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଚା’ ସହ କିଛି ଜିନିଷର ସେବନ କରିବା ଦ୍ୱାରା ଆମ ଶରୀରରେ କ୍ଷତି ହୋଇଥାଏ।
ଚା’ ସହ ଯେକୌଣସି କଞ୍ଚା ଜିନିଷ ସେବନ କରିବା ଉଚିତ ନୁହେଁ। ଚା’ ସହ ସାଲାଡ,ଗଜାମୁଗ, ସିଝା ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।
ଏପରି କରିବା ଦ୍ୱାରା ଉଷୁମ ଓ ଥଣ୍ଡାର ମିଶ୍ରଣ ହୋଇଥାଏ। ଯାହା ପେଟ ଜନିତ ଅନେକ ସମସ୍ୟା ସୃଷ୍ଟି କରିଥାଏ।
ଚା’ ସହ କିମ୍ବା ଚା’ ପିଇବାର ତୁରନ୍ତ ପରେ ଅଧିକ ହଳଦୀ ବ୍ୟବହାର କରାଯାଇଥିବା ଖାଦ୍ୟ ଖାଆନ୍ତୁ ନାହିଁ।
କ୍ଷୀର ଚା’ ପିଇବା ପରେ ଲେମ୍ବୁ ଆଦୌ ଖାଆନ୍ତୁ ନାହିଁ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଏସିଡିଟି ଓ ପାଚନ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
ଚା’ ସହିତ ବେସନ ତିଆରି ଖାଦ୍ୟ ଖାଆନ୍ତୁ ନାହିଁ। ଏହା ଶରୀରରେ ଖାଦ୍ୟର ପୋଷକ ତତ୍ତ୍ୱକୁ ନଷ୍ଟ କରି ଦେଇଥାଏ।
ଚା’ ପିଇବା ପରେ ଥଣ୍ଡା ଜାତୀୟ ଜିନିଷ କିମ୍ବା ପାଣି ପିଅନ୍ତୁ ନାହିଁ। ଏହା ମଧ୍ୟ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏହା ଏସିଡିଟି ଓ ପାଚନ ଜନିତ ସମସ୍ୟା ସୃଷ୍ଟି କରିଥାଏ।

Spread the love