ରାଜ୍ୟରେ ନିୟୋଜିତ ହେବେ ୧୦ ହଜାର ନୂତନ କନିଷ୍ଠ ଶିକ୍ଷକ

ଭୁବନେଶ୍ୱର, ୪।୩: ରାଜ୍ୟରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟସ୍ତରରେ ଖାଲିଥିବା ପଦବୀଗୁଡ଼ିକ ପୂରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ମର୍ମରେ ୧୦ ହଜାର କନିଷ୍ଠ ଶିକ୍ଷକ(ସ୍କିମାଟିକ୍‌) ନିୟୋଜିତ କରିବା ପାଇଁ ସ୍ଥିର କରାଯାଇଛି। ଏହି ନିୟୋଜନ ପ୍ରକ୍ରିୟାକୁ ସ୍ବଚ୍ଛ ଓ ପାରଦର୍ଶୀ କରିବା ପାଇଁ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି।

ଅଦ୍ୟାବଧି ଚାଲୁ ରହିଥିବା କନିଷ୍ଠ ଶିକ୍ଷକ(ସ୍କିମାଟିକ୍‌) ୨୦୨୩ର ସମସ୍ତ ନିୟୋଜନ ପ୍ରକ୍ରିୟା ଶେଷ ହେବା ପରେ ଯଥାଶ୍ରୀଘ୍ର ଏହି ନୂତନ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Spread the love