ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟଶାଳା ଉଦଘାଟିତ

ଖଲ୍ଲିକୋଟ ୧୦/୧୧: ଖଲ୍ଲିକୋଟର ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଦ୍ୟାଭାରତୀର ଯୋଜନା ଅନୁସାରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟଶାଳା ଉଦ୍‌ଘାଟିତ ହୋଇଅଛି। ଏହି କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲା ପ୍ରମୁଖ ଉପେନ୍ଦ୍ର ପଣ୍ଡା ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ତାଙ୍କ ବକ୍ତବ୍ୟରେ ରାଷ୍ଟ୍ର ଶିକ୍ଷା ନୀତିକୁ ସାର୍ବଜନୀନ କରିବା ଆମର ଦାୟୀତ୍ବ କହିଥିବା ବେଳେ ଗଞ୍ଜାମ ବିଭାଗ ନୀରିକ୍ଷକ ସରୋଜ ପଟ୍ଟନାୟକ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ଦେଇଥିଲେ ।

ମୁଖ୍ୟ ଅତିଥି ରୂପେ ପ୍ରାନ୍ତ ପରୀକ୍ଷା ସହ ସଂଯୋଜକ ରୁଦ୍ରନାରାୟଣ ବେହେରା ଯୋଗଦେଇ ନୂତନ ଶିକ୍ଷା ନୀତି ଲାଗୁ ହେବା ଦ୍ବାରା ଶିଶୁର ବିକାଶ ସମ୍ପର୍କିତ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ସଭାପତି ଉପେନ୍ଦ୍ର ମହାନ୍ତି ସଭାପତିତ୍ଵ କରିଥିବା ବେଳେ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ, ସଦସ୍ୟ ରାମ ପ୍ରସାଦ ପଟ୍ଟନାୟକ, ଦକ୍ଷିଣ ପୂର୍ବ ସମ୍ଭାଗର ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ,ଫୁଲବାଣୀ ବିଭାଗ ନୀରିକ୍ଷକ ରଞ୍ଜନ କୁମାର ପ୍ରଧାନ, ସମ୍ଭାଗ ଶିଶୁ ବାଟିକା ଶୈକ୍ଷିକ ସଂଯୋଜକ ଅରୁଣ କୁମାର ବାଗ ,ରାମହରି ନଗର ଶିଶୁବିଦ୍ୟା ମନ୍ଦିରର ଉପସଭାପତି ପିତାମ୍ବର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ପ୍ରଶିକ୍ଷଣରେ ୧୨୫ ଜଣ ଶିକ୍ଷାର୍ଥୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିବ ।

Spread the love