ଶିକ୍ଷକ ମହାସଂଘ ପକ୍ଷରୁ ବିକ୍ଷୋଭ, ବିଇଓଙ୍କୁ ଦାବିପତ୍ର ପ୍ରଦାନ

ଭଞ୍ଜନଗର, ୧୯/୧୧: ଭଞ୍ଜନଗର ଶିକ୍ଷକ ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ବିକ୍ଷୋଭ ପଦର୍ଶନ କରାଯାଇଛି l ହଜାର ହଜାର ଶିକ୍ଷକ-ଶିକ୍ଷୟିତ୍ରୀ ଏକ ବିଶାଳ ଶୋଭାଯାତ୍ରାରେ ଆସି ଭଞ୍ଜନଗର ସହର ପରିକ୍ରମା କରିବା ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ୩ ଦଫା ଦାବିପତ୍ର ବିଇଓଙ୍କୁ ପ୍ରଦାନ କରିଛନ୍ତି । ଦାବି ଗୁଡିକ ମଧ୍ୟରେ ୧.୬ ବର୍ଷର ଠିକା ନିଯୁକ୍ତିକୁ ନିୟମିତ ଚାକିରିରେ ସାମିଲ କରାଯାଉ, କେନ୍ଦୀୟ ହାରରେ ଦରମା ଦିଆଯାଉ ଓ ପୁରୁଣା ନିଯୁକ୍ତି ହାରରେ ପେନସନ ପ୍ରଦାନ କରାଯାଉ ଆଦି ରହିଛି ।

Spread the love