୮ ଦିନ ହେଲା ଅଙ୍ଗନୱାଡି କର୍ମୀଙ୍କ ଧାରଣା, ୩୪୨୫ ଶିଶୁ ରନ୍ଧା ଖାଦ୍ୟରୁ ବଞ୍ଚିତ

ସଇଁନ୍ତଲା: ବଲାଙ୍ଗିର ଜିଲ୍ଲା ସଇଁନ୍ତଲାର ଶିଶୁ ସମନ୍ଵୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ସର୍ଵ ଓଡ଼ିଶା ମହିଳା ଅଙ୍ଗନୱାଡି କର୍ମଚାରୀ ସଂଘ ତରଫରୁ ମଞ୍ଜୁ ରଣାଙ୍କ ନେତୃତ୍ୱରେ ୮ ଦଫା ଦାବି ନେଇ ୮ ଦିନ ହେଲା ଧାରଣା ଦେଇଛନ୍ତି।ଗତ ୨୧ ତାରିଖ ଦିନ ହଜାର ହଜାର ଅଙ୍ଗନୱାଡି କର୍ମୀ ମାନେ ଭୁବନେଶ୍ଵରରେ ତାଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆନ୍ଦୋଳନ କରିଥିଲେ ହେଲେ ରାଜ୍ୟ ସରକାର କର୍ଣ୍ଣପାତ କରିନଥିଲେ ପରେ ସଂଘର ରାଜ୍ୟ ସଭାପତିଙ୍କ ନିର୍ଦେଶ କ୍ରମେ ଆଜି ସବୁ ବ୍ଲକରେ ଅଙ୍ଗନୱାଡି କର୍ମୀ ଧାରଣା ଦେଇଥିବା ବେଲେ ସଇଁନ୍ତଲା ଶିଶୁ ସମନ୍ଵୟ ସମିତି କାର୍ଯ୍ୟଲୟ ସମ୍ଭୁଖରେ ୨୦୧୮ ମସିହାରେ ବହିଷ୍କୃତ ହୋଇଥିବା ଅଙ୍ଗନୱାଡି କର୍ମୀ ମାନଙ୍କୁ ପୁନହଃ ନିଯୁକ୍ତି ପ୍ରଦାନ , ଅଙ୍ଗନୱାଡ଼ି କର୍ମୀକୁ ସରକାରୀ କର୍ମଚାରୀର ମାନ୍ୟତା, ଅଙ୍ଗନୱାଡ଼ି କର୍ମୀକୁ ୧୮,୦୦୦ ଟଙ୍କା ଦରମା ସହ ସହାୟୀକା ମାନଙ୍କୁ ୯ ହଜାର ଟଙ୍କା ପ୍ରଦାନ, ଶିକ୍ଷାଗତ ଯୋଗ୍ୟତା ଆଧାରରେ ବୟସ ସୀମା ନ ରଖି ଅଙ୍ଗନୱାଡି କର୍ମୀଙ୍କୁ ଶିକ୍ଷୟତ୍ରୀ ମାନ୍ୟତା ଓ ଯୋଗ୍ୟତା ଆଧାରରେ ପୋଦୋନ୍ନତି କରାଯାଉ ବୋଲି ଦାବି କରିଥିଲେ। ଅଙ୍ଗନୱାଡି କର୍ମୀ ମାନେ ଦୀର୍ଘ ୮ ଦିନ ହେବ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ବସିଥିବା ବେଳେ ୧୭୯ ସେଣ୍ଟର ବନ୍ଦ ରହିଛି। ୩୪୨୫ ଶିଶୁ ରନ୍ଧା ଖାଦ୍ୟ ରୁ ବଞ୍ଚିତ ରହିଛନ୍ତି।


ଉକ୍ତ କାର୍ଯ୍ୟକ୍ରମରେ ମମତା ରଣା, ମଞ୍ଜୁଶ୍ରୀ ପଣ୍ଡା,ରୀନା ରାଏ,ତପସ୍ୱିନୀ କୁମ୍ଭାର, ସେବତୀ ରଣା, ଯାଜ୍ଞସିନୀ ମିଶ୍ର,ନିରୂପମା ଗହୀର, ରୁକୁଣୀ ସା,ପଦ୍ମାବତୀ ସୁନା,ଯାଜ୍ଞସିନୀ ନାଏକ,ହେମବତୀ ମହାନନ୍ଦ, ସରିତା ସୁନା, ଅର୍ଣ୍ଣପୂର୍ଣ୍ଣ। ବେହେରା ପ୍ରମୁଖ ସାମିଲ ହୋଇଥିଲେ।

Spread the love