୨୦ ଜଣ ଛାତ୍ର ଛାତ୍ରୀଙ୍କୁ ଲହୁଲୁହାଣ କରି ମାରିବା ଘଟଣା: ମଦ୍ୟପ ଶିକ୍ଷକ ଜଗଦୀଶ୍ୱର ବେହେରା ନିଲମ୍ବିତ

ଛାତ୍ରଛାତ୍ରୀଙ୍କୁ ମାଡ଼ମାରି ଶିକ୍ଷକ ନିଲମ୍ବିତ । ୨୦ ଜଣ ଛାତ୍ର ଛାତ୍ରୀଙ୍କୁ ଲହୁଲୁହାଣ କରି ମାରିବା ଘଟଣାରେ ନିଲମ୍ବିତ ହୋଇଛନ୍ତି ମଦ୍ୟପ ଶିକ୍ଷକ ଜଗଦୀଶ୍ୱର ବେହେରା। ଗଜପତି ଜିଲ୍ଲା ମୋହନା ବ୍ଲକ ଲୁଦିଗୁଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜଗଦୀଶ୍ୱର ଛାତ୍ର ଛାତ୍ରୀଙ୍କୁ ମାଡ ମାରିଥିଲେ। ଏନେଇ ଅଡବା ଥାନାରେ ଡେଙ୍ଗାସ୍ଖାଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଦାନ ଶିକ୍ଷକ ଲିଖିତ ଅଭିଯୋଗ କରିଥିଲେ। ପ୍ରଧାନ ଶିକ୍ଷକଙ୍କ ଅଭିଯୋଗ ପରେ ପୋଲିସ ସମ୍ପୃକ୍ତ ଶିକ୍ଷକକୁ ନୋଟିସ ଜାରି କରିବା ସହ ଜାମିନ୍‌ରେ ଛାଡିଛି । ଅନ୍ୟପଟେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଶିକ୍ଷକ ଜଗଦୀଶ ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ମୋହନା ଗୋଷ୍ଠୀ ଶିକ୍ଷାଅଧିକାରୀ ଦେବଦାସ ତାମରାପୁ l

Spread the love