ଆଜିଠୁ ୬,୮୯୧ ନବନିଯୁକ୍ତ ଶିକ୍ଷକଙ୍କୁ ମିଳିବ ପ୍ରଶିକ୍ଷଣ

ଭୁବନେଶ୍ବର  : ରାଜ୍ୟ ସରକାର ୬,୮୯୧ ମାଧ୍ୟମିକ ଶିକ୍ଷୟିତ୍ରୀ ଏବଂ ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି। ଉକ୍ତ ନବନିଯୁକ୍ତ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବା ଲାଗି ଏକ ୨ ଦିନିଆ ଶିବିର ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମ ଆ ଅପରାହ୍ନ ୫ଟା ୧୦ ମିନିଟ୍‌ରେ କଳିଙ୍ଗ ଷ୍ଟାଡିୟମଠାରେ ଅନୁଷ୍ଠିତ ହେବ। ସମସ୍ତ ଶିକ୍ଷୟିତ୍ରୀ ଏବଂ ଶିକ୍ଷକଙ୍କୁ ଆସିବା ଲାଗି ବସ୍‌ ବ୍ୟବସ୍ଥା ମଧ୍ୟ କରାଯାଇଛିି। ଏପରିକି ସରକାରଙ୍କ ତରଫରୁ ସେମାନଙ୍କ ରହଣୀ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି କାର୍ଯ୍ୟକ୍ରମ କଳିଙ୍ଗ ଷ୍ଟାଡିୟମଠାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବା ସହିତ କେତେଜଣଙ୍କୁ ନିଯୁକ୍ତି ପତ୍ର ମଧ୍ୟ ପ୍ରଦାନ କରିବେ। ଏହାପରେ ନୂତନ ଭାବେ ନିଯୁକ୍ତି ପାଇଥିବା ସମସ୍ତଙ୍କୁ ସେମାନଙ୍କ ଆଗାମୀ ଯୋଜନା ବିଷୟରେ କହିବାକୁ ସୁଯୋଗ ଦିଆଯିବ। ଏହାସହ ପିଲାମାନଙ୍କୁ ପାଠ ପଢାଇବା କ୍ଷେତ୍ରରେ ୫-ଟି ସ୍କୁଲରେ ଯେଉଁସବୁ ବ୍ୟବସ୍ଥା ହୋଇଛି ତା’ର ଉପଯୁକ୍ତ ବ୍ୟବହାର ଆଦି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ ବୋଲି ଜଣାପଡିଛି।

Spread the love