ଶିକ୍ଷକ ସାଜିଲେ ଉପ ଜିଲ୍ଲାପାଳ

ସଇଁନ୍ତଲା, ଆଜି ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଇକେଡା ପଞ୍ଚାୟତର ରେଙ୍ଗାଲୀ ଉଚ୍ଚ ବିଦ୍ୟାଳୟ କୁଇକେଡା କୁ ଟିଟିଲାଗଡ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ ଆଜି ଅଚାନକ ଭାବେ ଗସ୍ତ କରି ସ୍କୁଲ ପରିଦର୍ଶନ କଲା ବେଳେ ନବମ ଶ୍ରେଣୀ କୁ ଯାଇ ନବମ ଶ୍ରେଣୀରେ ସଂସ୍କୃତ ପଢ଼ାଯାଉଥିବା ନେଇ ସଂସ୍କୃତ ବିଷୟ ସମ୍ପର୍କ ରେ ପ୍ରଶ୍ନ ପଚାରିବା ସହ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଗଣିତ ବହି ବାହାର କରିବା କହିଥିଲେ ଓ ଗଣିତ ବହିର ପ୍ରଥମ ସୂଚୀ “ସେଟ” ପଢାଇ ଥିଲେ ଓ ସେଟ କେତେ ପ୍ରକାର ଓ କେଉ ସ୍ଥାନରେ ସେଟ ବ୍ୟବହୃତ ହେଉଛି ସେସମ୍ପର୍କ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ କଲାପଟାରେ ଲେଖି ବୁଝାଇଥିଲେ ଓ ତୃଣମୂଳ ସ୍ଥର ରେ ଶିକ୍ଷାଦାନ କେମିତି ଚାଲିଛି ତାହା ତଦାରଖ କରିଥିଲେ। ପରେ ଗଣିତ ବିଷୟ ର ପ୍ରଥମ ସୂଚୀ ଉପରେ ପ୍ରଶ୍ନ ପଚାରିବା ରୁ କେହି ଛାତ୍ର ଛାତ୍ରୀ ଉତ୍ତର ଦେଇନଥିବା ରୁ ଉପଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରି ଗଣିତ ଶିକ୍ଷକ ସତ୍ୟବାସ ପଟେଲ କୁ ଗଣିତ ବିଷୟ କୁ ପ୍ରାରମ୍ଭିକରୁ ପଢ଼ାଇବାକୁ କହିଥିଲେ। ପରେ ଉପ ଜିଲ୍ଲାପାଳ ଶ୍ରୀ ଦାସ ୫ ଟି ରୂପାନ୍ତରିତ ନେଇ ସ୍କୁଲରେ କାର୍ଯ୍ୟ ଚାଲୁଥିବା ନେଇ ତଦାରଖ କରିଥିଲେ ଓ ସ୍କୁଲର ବିଭିନ୍ନ ସମସ୍ୟା ଉପରେ ପ୍ରଧାନ ଶିକ୍ଷକ କୁଳମଣୀ ଯୋଶୀ ଙ୍କ ସହ ଆଲୋଚନା କରିଥିଲେ। ଉପ ଜିଲ୍ଲାପାଲ ଙ୍କ ଏହି କର୍ଯ୍ୟକଲାପ କୁ ନେଇ ସ୍ଥାନୀୟ ଓ ସାଧାରଣ ରେ ବେସ ପ୍ରଶଂସା କରାଯାଉଛି।ଉପ ଜିଲ୍ଲାପାଳଙ୍କ ଗସ୍ତ ବେଳେ ଶିକ୍ଷକ କୌତୁକ ପଟେଲ, ତିରେନ୍ଦ୍ର ପଧାନ ଓ ପ୍ରଫୁଲ୍ଲ ସାହୁ ଉପସ୍ଥିତ ଥିଲେ।

Spread the love