ବାଇଜୁ ବଦଳରେ ଏବେ ଟିମ୍ ଇଣ୍ଡିଆ ଜର୍ସିରେ ନଜର ଆସିବ ଡ୍ରିମ୍ ୧୧ ; ବିସିସିଆଇ କଲା ଘୋଷଣା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଜର୍ସିରେ ଏବେ ବାଇଜୁ ବଦଳରେ ନଜର ଆସିବ ଡ୍ରିମ୍ ୧୧ । କାହିଁକି ନା, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଟିମ୍ ଇଣ୍ଡିଆ ଜର୍ସି ସ୍ପନସରରେ ପରିବର୍ତ୍ତନ କରିଛି । ବାଇଜୁ ବଦଳରେ ଏବେ ଡ୍ରିମ୍ ୧୧ ହେଇଛି ଟିମ୍ ଇଣ୍ଡିଆ ଜର୍ସିର ଲିଡ୍ ସ୍ପନସର୍ । ଟିମ୍ ଇଣ୍ଡିଆ ଜର୍ସିର ଲିଡ୍ ସ୍ପନସର ପାଇଁ ବିସିସିଆଇ ଟେଣ୍ଡର ଜାରି କରିଥିଲା । ଟେଣ୍ଡର ପ୍ରକ୍ରିୟା ପୂରା ହେବା ପରେ ଆଗାମୀ ୩ ବର୍ଷ ପାଇଁ ଡ୍ରିମ୍ ୧୧ ଟିମ୍ ଇଣ୍ଡିଆର ନୂଆ ଲିଡ୍ ସ୍ପନସର ହେଇଥିବା ଜଣାପଡିଛି ।

ବିସିସିଆଇ ତରଫରୁ ମିଳିଥିବା ସୂଚନା ମୁତାବକ, ଟିମ୍ ଇଣ୍ଡିଆ ଜର୍ସିରେ ଏହି ନୂଆ ଲୋଗା ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରୁ ଦେଖିବାକୁ ମିଳିବ । ଏହି ସିରିଜରେ ଭାରତ ଦୁଇଟି ଟେଷ୍ଟ, ତିନିଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍ ଖେଳିବ । ତେବେ ଭାରତ- ୱେଷ୍ଟଇଣ୍ଡିଜ୍ ଭିତରେ ହେବାକୁ ଥିବା ଏହି ସିରିଜ୍ ଆସନ୍ତା ଜୁଲାଇ ୧୨ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ, ଏହି ସିରିଜରୁ ହିଁ ଟିମ୍ ଇଣ୍ଡିଆ ଜର୍ସିରେ ଡ୍ରିମ୍ ୧୧ ଲୋଗୋ ନଜର ଆସିବ । ଲିଡ୍ ସ୍ପନସର ବାଛିବା ପୂର୍ବରୁ ବିସିସିଆଇ ଟିମ୍ ଇଣ୍ଡିଆର ନୂଆ କିଟ୍ ସ୍ପନସର ମଧ୍ୟ ଘୋଷଣା କରିସାରିଛି । ଆଗାମୀ ୫ ବର୍ଷ ପାଇଁ ଟିମ୍ ଇଣ୍ଡିଆର କିଟ୍ ପାର୍ଟନର ହେଇଛି ଆଡିଡାସ୍ ।

Spread the love