ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ଘୋଷିତ, ଦଳକୁ ଫେରିଲେ ଏହି ଷ୍ଟାର ବ୍ୟାଟସମ୍ୟାନ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଏକ ମାତ୍ର ଟେଷ୍ଟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଚୟନକର୍ତ୍ତା ୧୭ ଜଣିଆ ଦଳ ଘୋଷଣା କରିଛନ୍ତି। ଦଳକୁ ଫେରିଛନ୍ତି ବରିଷ୍ଠ ବ୍ୟାଟସମ୍ୟାନ ଚେତେଶ୍ଵର ପୂଜାରା। ଟେଷ୍ଟ ଦଳର ଅଧିକାଂଶ ସଦସ୍ୟ ନିଜର ସ୍ଥାନ ବଜାୟ ରଖିଛନ୍ତି। ଗତ ବର୍ଷ ଇଂଲଣ୍ଡରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଗୋଟିଏ ମ୍ୟାଚ୍ ଖେଳିବା ବାକି ରହିଥିଲା। ଏହି ମୁକାବିଲା ଜୁଲାଇ ୧ରୁ ଆରମ୍ଭ  ହେବ।

ଦଳକୁ ଫେରିଲେ ପୂଜାରା

ଲଗାତାର ଖରାପ ଫର୍ମ କାରଣରୁ ଟେଷ୍ଟ ଦଳରୁ ନିଜ ସ୍ଥାନ ହରାଇଥିଲେ ଚେତେଶ୍ଵର ପୂଜାରା। ହେଲେ କାଉଣ୍ଟି କ୍ରିକେଟରେ ଚମତ୍କାର ପ୍ରଦର୍ଶନର ପୁରସ୍କାର ତାଙ୍କୁ ମିଳିଛି। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଚେତେଶ୍ଵର ପୂଜାରା ଏବଂ ଆଜିଙ୍କ୍ୟ ରାହାଣେଙ୍କୁ ଦଳରେ ଚୟନ କରାଯାଇନଥିଲା। ଲାଗୁଥିଲା ଉଭୟଙ୍କ କ୍ୟାରିୟର ଶେଷ ହୋଇଗଲା।

ଏହାପରେ ପୂଜାରା କାଉଣ୍ଟି କ୍ରିକେଟ୍ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ସେଠାରେ ଦମଦାର ବ୍ୟାଟିଂ କରି ଲଗାତାର ଶତକ ପରେ ଶତକ ହାସଲ କରିଥିଲେ। ତାଙ୍କର ପ୍ରଦର୍ଶନ ପରେ ଟେଷ୍ଟ ଦଳରେ ପୂଜାରାଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ସେପଟେ ଆଜିଙ୍କ୍ୟ ରାହାଣେ ଆହତ କାରଣରୁ ବାହାରେ ଅଛନ୍ତି। ସେ ସଂପ୍ରତି ଦୁଇ ମାସ କ୍ରିକେଟ୍ ପଡିଆରୁ ଦୂରରେ ରହିବେ।

ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ

ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ହନୁମା ବିହାରୀ, ଚେତେଶ୍ଵର ପୂଜାରା, ଋଷଭ ପନ୍ତ, କେଏସ ଭରତ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ଵିନ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମି, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ଉମେଶ ଯାଦବ, ପ୍ରସିଦ୍ଧ କୃଷ୍ଣା।

Spread the love