ତେଜିଲା ଖରସ୍ରୋତା ଆନ୍ଦୋଳନ

 

ଏହି କ୍ରମରେ ଶନିବାର ବିଜେପି ଓ କ˚ଗ୍ରେସର ଜିଲ୍ଲା ସଭାପତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆଳି ଓ କନିକା ଗସ୍ତ କରି ଗିରଫ ଆନ୍ଦୋଳନକାରୀଙ୍କ ପରିବାରବର୍ଗଙ୍କୁ ଭେଟି ଆଶ୍ବାସନା ଦେବା ସହିତ ଆଇନଗତ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତା ମ˚ଗଳବାର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋଙ୍କ ନେତୃତ୍ବରେ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଅ˚ଶୁମାନ କାନୁନ୍‌ଗୋ, ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା, ମୁଖପାତ୍ର ଜ୍ଞାନଦେବ ବେଉରା, ପୂର୍ବତନ ଆଳି ବିଧାୟକ ଦେବେନ୍ଦ୍ର ଶର୍ମା ପ୍ରମୁଖଙ୍କୁ ନେଇ କ˚ଗ୍ରେସର ଏକ ପାଞ୍ଚ ଜଣିଆ ରାଜ୍ୟ ଟିମ୍‌  ସ୍ଥିତି ଅନୁଧୢାନ କରିବାକୁ ରାଜକନିକା ଗସ୍ତରେ ଆସିବେ ବୋଲି ପିସିସି ସଭାପତି ନିର˚ଜନ ପଟ୍ଟନାୟକ ଜଣାଇଛନ୍ତି। ସେହିପରି ବିଜେପିର ବି ଏକ ରାଜ୍ୟସ୍ତରୀୟ ଟିମ୍‌ ଆସନ୍ତା ସୋମବାର କିମ୍ବା ମ˚ଗଳବାର ଆସିବା ପାଇଁ ଯୋଜନା ହୋଇଥିବା ଜିଲ୍ଲା ସଭାପତି କିଶୋର ପଣ୍ତା ସୂଚନା ଦେଇଛନ୍ତି। ମିଳିତ ବିରୋଧୀ ଦଳ ବି ଆସନ୍ତା ୧୭ତାରିଖରେ ଏହି ପ୍ରସଙ୍ଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ କରିବ ବୋଲି ଘୋଷଣା କରିଛି। ଗୋଟିଏପଟେ ପ୍ରଶାସନ ପୁଲିସ ଛାଉଣି ଭିତରେ ପ୍ରକଳ୍ପ କାମ ଜୋର୍‌ସୋର୍‌ରେ ଚଳାଇଥିବା ବେଳେ ଅନ୍ୟପଟେ ବିରୋଧୀ ରାଜନୈତିକ ଦଳ ଗୁଡ଼ିକ ଖୋଲାଖୋଲି ଏହା ବିରୋଧରେ ସାମ୍ନାକୁ ଆସିବା ପରେ ଖରସ୍ରୋତା ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି।

ଖରସ୍ରୋତାରୁ ଭଦ୍ରକ ଜିଲ୍ଲାକୁ ଯିବାକୁ ଥିବା ରାଜ୍ୟ ସରକାରଙ୍କ ଏହି ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଗୁରୁବାର ରାଜକନିକାର ଭାରିଗଦାସ୍ଥିତ ପ୍ରସ୍ତାବିତ ପ୍ରକଳ୍ପସ୍ଥଳରେ ତୁମୁଳକାଣ୍ତ ହୋଇଥିଲା। ପୁଲିସ ବ୍ୟାରିକେଡ୍‌ ଏବ˚ ପ୍ରକଳ୍ପସ୍ଥଳରେ ଭ˚ଗାରୁଜା କରିବା ଘଟଣାରେ ପୁଲିସ ୧୮୦ଜଣଙ୍କ ନାଁରେ ମାମଲା ରୁଜୁ କରିଥିବା ବେଳେ ଅଦ୍ୟାବଧି ୨୪ଜଣଙ୍କୁ ଗିରଫ କରିଛି।

ଶନିବାର ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡା ଏବଂ କଂଗ୍ରେସ ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତିଙ୍କ ନେତୃତ୍ବରେ ଦୁଇଟି ପୃଥକ୍ ଟିମ୍‌ ଗିରଫ ଆନ୍ଦୋଳନକାରୀଙ୍କ ପରିବାରବର୍ଗଙ୍କୁ ଭେଟି ଆଶ୍ବାସନା ଦେବା ସହିତ ପୁଲିସ ଦମନଲୀଳକୁ ତୀବ୍ର ନିନ୍ଦା କରିଛନ୍ତି ା ଆସନ୍ତା ୧୭ ତାରିଖରେ ମିଳିତ ବିରୋଧୀ ଦଳ ପକ୍ଷରୁ ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ଗଣ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନିଆ ଯାଇଛି।

 

Spread the love