ତେଲ କରୁଛି କଲବଲ, ତେଣୁ ବାଇକ୍ ବୁହାହେଲା କୋକେଇରେ

ତୈଳଦର ବୃଦ୍ଧି ପ୍ରତିବାଦରେ ଯୁବ କଂଗ୍ରେସର ଅଭିନବ ପ୍ରତିବାଦ । କୋକେଇରେ ବାଇକକୁ ନେଇ ଶୋଭାଯାତ୍ରା କରିଛନ୍ତି କଂଗ୍ରେସ କର୍ମୀ । ଏହାସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟିକସ କମେଇବାକୁ ଦାବି କଲା କଂଗ୍ରେସ । ଦିନକୁ ଦିନ ପେଟ୍ରୋଲ ଓ ଡ଼ିଜେଲ ଦର ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ସାଧାରଣ ଲୋକ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଯଦି ଆଗାମୀ ଦିନରେ ତୈଳ ଦର ନ କମେ ତାହେଲେ ଏ ପ୍ରତିବାଦକୁ ଆହୁରି ଜୋରଦାର କରାଯିବ ବୋଲି ଯୁବ କଂଗ୍ରେସ ଚେତାବନୀ ଦେଇଛି।

Spread the love