ଅପହରଣ ଅଭିଯୋଗରେ ବିଜେପି ନେତା ଗିରଫ

ହାଇଦ୍ରାବାଦ: ଅପହରଣ ଅଭିଯୋଗରେ ବିଜେପି ନେତା ଗିରଫ। ତେଲେଙ୍ଗାନା ଗଡ୍ଡିଆନାରାମର ବଦ୍ଦାମ ପ୍ରେମ ମହେଶ୍ୱର ରେଡ୍ଡୀଙ୍କୁ ଜଣେ ୨୨ ବର୍ଷୟୀ ଯୁବକ ସୁବ୍ରମଣ୍ୟମଙ୍କ ଅପହରଣ ଅଭିଯୋଗରେ ଗିରଫ କରିଛି ପୁଲିସ। ପୁଲିସର ସୂଚନା ଅନୁସାରେ ୩୮ ବର୍ଷୀୟ ରେଡ୍ଡୀଙ୍କ ସମେତ ଅନ୍ୟମାନେ ବି ଏହି ଅପହରଣ କାଣ୍ଡରେ ସାମିଲ୍ ତିଲେ। ସମସ୍ତଙ୍କୁ ପୁଲିସ ଗିରଫ କରିଥିବା ସୂଚନା ଦେଇଛି। ଆଜି ସମସ୍ତ ଅପହରଣ କର୍ତ୍ତାକୁ କୋର୍ଟରେ ହାଜର କରାଯିବ ବୋଲି ପୁଲିସ କହିଛି।

ଏନେଇ ଏଲ୍‌ବି ନଗର ଡିସିପି ସନ୍‌ପ୍ରୀତ ସିଂହ ଏଏନ୍‌ଆଇକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ” ଗଡ୍ଡିଆନାରାମର କର୍ପୋରେଟର ବଦ୍ଦାମ ପ୍ରେମ ମହେଶ୍ୱର ରେଡ୍ଡୀଙ୍କୁ ୨୨ ବର୍ଷୀୟ ସୁବ୍ରମଣ୍ୟମଙ୍କ ଅପହରଣ ଅଭିଯୋଗରେ ସୁରୁରନଗାର ପୁଲିସ ଗିରଫ କରିଥିଲା।” ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି। ବିଜେପି ନେତା ଗିରଫ ହେବା ପରେ ବିରୋଧୀ ବିଜେପିକ କଟାକ୍ଷା କରିଛନ୍ତି। ତେବେ ବିଜେପି ମେହେଶ୍ୱର ରେଡ୍ଡୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇଛି କି ନାହିଁ ସେ ନେଇ କୌଣସି ଖବର ମିଳିପାରି ନାହିଁ।

Spread the love