ଆଉ ଶୁଭିବନି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କ ଡାଇଲଗ

ଭୁବନେଶ୍ୱର,୨୧/୭: ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କ ପରଲୋକ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କର ଦେହାନ୍ତ ହୋଇଛି। କ୍ୟାନ୍ସରେ ପୀଡିତ ହୋଇ ଏକ ଘରୋଇ ହସ୍ପିଟାଲ୍‌ରେ ରାଜେଶ୍ୱରୀ ଚିକିତ୍ସିତ ହେଉଥିଲେ। ଏକାଧିକ ଓଡ଼ିଆ ଧାରାବାହିକରେ ଅଭିନୟ କରି ସେ ପ୍ରଶଂସା ସାଉଁଟିଥିଲେ। ଧାରାବାହିକ ‘ଉଆଁସି କନ୍ୟା’ରେ ଅଳକା ଚରିତ୍ରରେ ରାଜେଶ୍ୱରୀ ଅଭିନୟ କରିଥିଲେ।

Spread the love