ଆଜି ଭାରତ ଜିତିଲେ ମୁଁ ଉଲଗ୍ନ ହୋଇ ସମୁଦ୍ର କୂଳରେ ଦୌଡ଼ିବି: ଅଭିନେତ୍ରୀ ରେଖା ବୋଜ୍

ଅହମଦାବାଦ: ଆଜି ଅହମଦାବାଦର ‘ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌’ରେ ‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ ଆନ୍ତର୍ଜାତିକ ଦିନିକିଆର ଫାଇନାଲ୍‌ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ‘ଟସ୍‌’ ଜିଣିବା ପରେ ଅଷ୍ଟ୍ରେଲିଆ ଟିମ୍‌ର ଅଧିନାୟକ ପ୍ୟାଟ୍‌ କ୍ୟୁମିନ୍‌ସ୍‌ ପ୍ରଥମେ ଭାରତ ବିପକ୍ଷରେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ପୂର୍ବ ମ୍ୟାଚରେ ଭାରତର ପ୍ରଦର୍ଶନ ଭଲ ରହିଥିବାରୁ ଆଜି ଭାରତ ଭଲ ଖେଳିବ ବୋଲି କ୍ରିକେଟ ପ୍ରେମୀ ଆଶା ରଖିଛନ୍ତି। ଏମଧ୍ୟରେ‌ ତେଲୁଗୁ ଅଭିନେତ୍ରୀ ରେଖା ବୋଜ୍ ଏକ ବଡ଼ ଘୋଷଣା କରିଛନ୍ତି।ରେଖା ବୋଜ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ ଯଦି ଭାରତ ବିଶ୍ୱକପ ଜିତେ ତେବେ ସେ ବିଶାଖାପାଟନମର ଭାଇଜାଗ ବେଳାଭୂମିରେ ବିନା ପୋଷାକରେ ଦୌଡ଼ିବେ। ଏଭଳି ଲେଖି ସେ ଭାରତୀୟ ଟିମକୁ ଶୁଭକାମନା ଜଣାଇଛନ୍ତି। ଅଭିନେତ୍ରୀଙ୍କ ଏହି ପୋଷ୍ଟ ପରେ ତାଙ୍କୁ ଲୋକେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

ପୂର୍ବରୁ ବଲିଉଡ ଅଭିନେତ୍ରୀ ପୁନମ ପାଣ୍ଡେ ୨୦୧୧ ବିଶ୍ୱକପ ମ୍ୟାଚ୍ ପାଇଁ ଏଭଳି ବିବୃତି ଦେଇଥିଲେ।  ସେ କହିଥିଲେ, ଯଦି ଭାରତୀୟ ଦଳ ଜିତେ ତେବେ ମୁଁ ମୋ ପୋଷାକ କାଢ଼ିଦେବି ।

ତେବେ ଅଭିନେତ୍ରୀ ରେଖା ବୋଜଙ୍କ କଥା କହିବାକୁ ଗଲେ ‌ସେ ତେଲୁଗୁ ଚଳଚ୍ଚିତ୍ରରେ ସହ କଳାକାର ଭୂମିକାରେ ନଜର ଆସନ୍ତି। ଅଭିନେତ୍ରୀ ସେପ୍ଟେମ୍ବର ୩୦, ୧୯୯୮ରେ ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ଜନ୍ମଗ୍ରହଣ କରିଥିଲେ। ସେ ୨୦୧୬ମସିହାରେ ‘କଲୟା ତସମଇ’ ନାମକ ଚଳଚ୍ଚିତ୍ରରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ।

Spread the love