ରାଜ୍ୟରେ ଏବେଠୁ ଉପରମୁହାଁ ପାରଦ

ମାଡ଼ି ଆସୁଛି ଖରା। ଆହୁରି ୨ ରୁ ୪ ଡିଗ୍ରୀ ବଢିବ ଦିନ ତାପମାତ୍ରା । ଫେବ୍ରୁଆରୀରେ ରାଜଧାନୀର ତାପମାତ୍ରା ୩୭ ଡିଗ୍ରୀ ଛୁଇଁଲାଣି । ମାର୍ଚ୍ଚରେ ୪୦ ଡିଗ୍ରୀ ଟପିବ ବୋଲି ଆଶଙ୍କା କରାଯାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ ସହରରେ ୩୭ °C କିମ୍ବା ଅଧିକ ତାପମାତ୍ରା ରେକର୍ଡ ହୋଇଛି । ସୋନପୁର ରେ ସର୍ବାଧିକ ୩୮.୩°C
ତାଳଚେର ୩୮.୨°C, ନୟାଗଡ ୩୮ °C ଏବଂ ଭୁବନେଶ୍ୱର ରେ ୩୭.୯°C ରେକର୍ଡ । ଏଇ ଦୁଇ ତିନି ଦିନ ପାଗରେ କୌଣସି ପ୍ରକାର ପରିବର୍ତ୍ତନ ନାହିଁ । ଗୁରୁଚପ ପ୍ରଭାବରେ କିଛି ଜିଲ୍ଲାରେ ଲାଗି ରହିବ କୁହୁଡି । ଏହାସହ ଜି.ଉଦୟଗିରିରେ ସର୍ବନିମ୍ନ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Spread the love