ଅସ୍ତବ୍ୟସ୍ତ କରିବ ଖରାର ପ୍ରକୋପ: ୩୯.୫ ଡିଗ୍ରୀ ସହ ବାରିପଦା ରାଜ୍ୟର ସବୁଠୁ ଉତ୍ତପ୍ତ ସହର

କମିବ କାଳବୈଶାଖୀ, ଆହୁରି ବଢ଼ିବ ତାତି । ୪୦ ଡିଗ୍ରୀ ଟପିପାରେ ତାପମାତ୍ରା । ଅସ୍ତବ୍ୟସ୍ତ କରିବ ଖରାର ପ୍ରକୋପ। ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍‌ସିୟସ ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତକାଲି ରାଜ୍ୟର ଦୁଇଟି ସ୍ଥାନରେ ତାତି ୩୯ ଡିଗ୍ରୀ ଛୁଇଁଥିବା ବେଳେ ୯ଟି ସ୍ଥାନରେ ତାତି ୩୮ ଡିଗ୍ରୀ ରହିଛି । ୩୯.୫ ଡିଗ୍ରୀ ସହ ବାରିପଦା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ।

Spread the love