ମହାନଦୀରେ ଦିଶିଲା ୫୦୦ ବର୍ଷ ତଳର ପୁରୁଣା ମନ୍ଦିର

ମହାନଦୀ ଗର୍ଭରେ ବୁଡି ରହିଛି  ପ୍ରାଚୀନ ମନ୍ଦିର। ପାଣି କମିବା ପରେ ମନ୍ଦିରର ଚୂଡ଼ା ସ୍ପଷ୍ଟ ଦିଶୁଛି। ନୟାଗଡ଼ ଭାପୁର ବ୍ଲକ ପଦ୍ମାବତୀ ଗାଁ ନିକଟ ମହାନଦୀ ଭିତରୁ ଏହି ପ୍ରାଚୀନ ଗୋପୀନାଥ ମନ୍ଦିର ଦୃଶ୍ୟମାନ ହୋଇଛି। ମୁଖ୍ୟ ମନ୍ଦିର ପାଖରେ ଆଉ ଦୁଇଟି ମନ୍ଦିର, ତୁଳସୀ ଚଉରା, କୂଅ, ରୋଷଘର ବି ପାଣି ଭିତରେ ସ୍ପଷ୍ଟ ଭାବେ ଦିଶୁଛି।

 ପଞ୍ଚଦଶ ବା ଷୋଡ଼ଶ ଶତାବ୍ଦୀରେ ଏହି ମନ୍ଦିର ନିର୍ମିତ ହୋଇଥାଇପାରେ ବୋଲି କୁହାଯାଉଛି। ୧୧ ବର୍ଷ ତଳେ ମହାନଦୀର ପାଣି କମିଥିବାରୁ ମନ୍ଦିରଟି ଦିଶିଥିଲା। କୁହାଯାଏ ଏହି ପ୍ରାଚୀନ ଗୋପୀନାଥ ମନ୍ଦିର ନିକଟରେ ପଦ୍ମାବତୀ ଗାଁ ଥିଲା। ମହାନଦୀ ଗତି ପରିବର୍ତ୍ତନ କରିବାରୁ ଓ କୂଳ ଲଂଘନ କରିଥିବାରୁ ପଦ୍ମାବତୀ ସହିତ ଅନେକ ଗାଁ ମହାନଦୀ ଗର୍ଭରେ ଲୀନ ହୋଇଥିଲା। ସେହି ଗାଁର ଲୋକେ ସୁରକ୍ଷିତ ସ୍ଥାନକୁ ଆସି ନୂଆ ଗାଁ ସ୍ଥାପନ କରି ରହିଛନ୍ତି।

Spread the love