ଇନ୍ଦୋରରେ ମନ୍ଦିର କୂଅ ଛାତ ଭୁଶୁଡିବା ଘଟଣା : ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି; ୩୦ରୁ ଅଧିକ ଶ୍ରଦ୍ଧାଳୁ ଆହତ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ଇନ୍ଦୋର ରାମମନ୍ଦିର ଅଘଟଣରେ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି । ଆହୁରି କିଛି ଲୋକ ମାଟି ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି। ୨୦ ଘଣ୍ଟା ହେଲା ଚାଲିଛି ସର୍ଚ୍ଚ ଅପରେସନ୍‌। ଉଦ୍ଧାର କାର୍ଯ୍ୟରେ ସେନାକୁ ମୁତୟନ କରାଯାଇଛି। ମନ୍ଦିରରେ ଥିବା ପବିତ୍ର ବେଲେଶ୍ୱର ଶିବ ମନ୍ଦିରରେ ଥିବା କୂଅ ଧସି ଯାଇଥିଲା । ୩୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଥିବା ସୂଚନା ରହିଛି ।ଗତକାଲି ରାମନବମୀ ପାଳନ ବେଳେ ମଧ୍ୟପ୍ରଦେଶ ଇନ୍ଦୋରରେ ବେଲେଶ୍ୱର ମହାଦେବ ମନ୍ଦିରରେ କୁଅ ଉପର ଛାତ ଭୁଶୁଡି ପଡ଼ିଥିଲା। ମନ୍ଦିର ପରିସରରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ଥିବାରୁ ବହୁ ଭକ୍ତ ଛାତ ଉପରେ ଛିଡ଼ା ହୋଇଥିଲେ। ଛାତ ଭୁଶୁଡିବାରୁ ବହୁ ଲୋକ କୁଅ ମଧ୍ୟକୁ ଖସି ପଡ଼ିଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ମନ୍ଦିର ପ୍ରଶାସନ, ପୋଲିସ ଓ ଅଗ୍ନିଶମ ବାହିନୀ ପ୍ରୟାସ ଆରମ୍ଭ କରିଥିଲେ। କିପରି ଘଟିଲା ଦୁର୍ଘଟଣା ସେନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

Spread the love