ବାଣୀବିହାରରେ ଜେଏନୟୁ ପ୍ରଫେସରଙ୍କୁ ଆକ୍ରମଣ ଘଟଣା : ହିଂସାକାଣ୍ଡକୁ ନିନ୍ଦାକରି କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜୁ ଛାତ୍ର ଜନତା ଦଳ

 ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଜେଏନୟୁ ପ୍ରଫେସରଙ୍କୁ ଆକ୍ରମଣ ଘଟଣା ନେଇ ଛାତ୍ର ରାଜନୀତି ସରଗରମ ହୋଇଛି । ଆକ୍ରମଣକାରୀ ଏବିଭିପି ସଦସ୍ୟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଛାତ୍ର ବିଜେଡି, ଏଆଇଏସଏଫ ପରି ଛାତ୍ର ସଙ୍ଗଠନ । ଜେଏନୟୁ ପ୍ରଫେସରଙ୍କୁ ଆକ୍ରମଣ ଘଟଣାର ନିନ୍ଦା କରିବା ସହ ବିଶ୍ୱବିଦ୍ୟାଳୟ ପରିସର ଶୈକ୍ଷିକ ବାତାବରଣ ନଷ୍ଟ କରୁଥିବା ଛାତ୍ର ଓ ଅଣଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନଷ୍ଠାନ ଦାବି କରିଛି ଛାତ୍ର ବିଜେଡି ।

ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି ଛାତ୍ର ବିଜେଡି ରାଜ୍ୟ ସଭାପତି ଦେବୀରଞ୍ଜନ ତ୍ରିପାଠୀ । ଏକ ନିର୍ଦ୍ଧିଷ୍ଟ ଦଳର କିଛି ବ୍ୟକ୍ତିବିଶେଷ ଏପରି ଘଟଣା ସୃଷ୍ଟି କରିବା ସହ କ୍ୟାମ୍ପସର ବାତାବରଣକୁ ନଷ୍ଟ କରିବା ଉଦ୍ଦେଶ୍ୟକୁ ବିଜୁ ଛାତ୍ର ଜନତା ଦଳ ତୀବ୍ର ନିନ୍ଦା କରିଛି । ସେପଟେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପ୍ରେସ ରିଲିଜ ଜାରି କରି ଉକ୍ରଳ ବିଶ୍ୱବିଦ୍ୟାଳୟର ସେମିନାରରେ ଦେଶ ବିରୋଧୀ ଭାଷଣ ନିନ୍ଦନୀୟ ବୋଲି କହିଛି । ସିଟିଜେନ ଫୋରମ ପକ୍ଷରୁ ଆୟୋଜିତ ସେମିନାରରେ ଜେଏନୟୁ ପ୍ରଫେସର ରାଷ୍ଟ୍ର ବିରୋଧୀ, ସମ୍ବିଧାନ ବିରୋଧୀ ମନ୍ତବ୍ୟ ଦେଇଥିଲେ ।

Spread the love