ଭୋଟ୍ ବେଳେ ୨ ଗୋଷ୍ଠୀ ମୁହାଁମୁହିଁ, ବୁଥ୍‌ ବାହାରେ ପୋଲିସ ମୁତୟନ

ଜଗତସିଂହପୁର ୨୪।୦୩ : ଭୋଟ ଗ୍ରହଣ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଜଗତସିଂହପୁର ପୌରାଞ୍ଚଳ ୧୯ ନମ୍ବର ଓ୍ୱାର୍ଡ ୩୦ ନମ୍ବର ବୁଥରେ ଉତ୍ତେଜନା ଦେଖାଦେଇଛି । ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି । ଖବର ଅନୁଯାୟୀ, ଗୁରୁବାର ଦିନ ରାଜ୍ୟବ୍ୟାପୀ ସମସ୍ତ ପୌରାଞ୍ଚଳରେ ନିର୍ବାଚନ ଚାଲିଛି । ଜଗତସିଂହପୁର ପୌରାଞ୍ଚଳର୧୯ ନମ୍ବର  ନିର୍ବାଚନ ବେଳେ ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ । କୌଣସି କାରଣରୁ ୧୯ ନମ୍ବର ୱାର୍ଡର ୩୦ ନମ୍ବର ବୁଥରେ ଏହି ଉତ୍ତେଜନା ଦେଖିବାକୁ ମିଳିଛି । ପରିସ୍ଥିତିକୁ ଦେଖି ତୁରନ୍ତ ପୋଲିସ ଫୋର୍ସକୁ ମୁୟତନ କରାଯାଇଛି । ତେବେ କଣ ପାଇଁ ଗୋଷ୍ଠୀ ସଂଘର୍ଷ ହେଲା, ଏବେ ଯାଏଁ ଅସ୍ପଷ୍ଟ ରହିଛି ।

Spread the love