ତ୍ବଚା ପାଇଁ ପ୍ରାକୃତିକ କ୍ଲୀନର ଏବଂ ଟୋନର ତେନ୍ତୁଳି : ଜାଣନ୍ତୁ ଏହାର ଗୁଣ

ଭୁବନେଶ୍ବର ୧୧/୧୧: ବ୍ୟଞ୍ଜନରେ ଖଟା ସ୍ବାଦ ଆଣିବା ପାଇଁ ଏବଂ ଚଟପଟି ଚଟଣୀ ବନାଇବା ପାଇଁ ତେନ୍ତୁଳିକୁ ସମସ୍ତେ ବ୍ୟବହାର କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ତ୍ବଚାରେ ଚମକ ବଣିବା ପାଇଁ ମଧ୍ୟ ତେନ୍ତୁଳି ସହାୟକ ହୋଇଥାଏ। ହଁ, ଆଜ୍ଞା ତେନ୍ତୁଳିରୁ ପ୍ରସ୍ତୁତ ହୋଇଥିବା ଫେସଓ୍ବାଶ ତ୍ବଚାକୁ ପରିଷ୍କାର କରିଥାଏ ଏବଂ ଏଥିରେ ଥିବା ଭିଟାମିନ୍ ଏବଂ ମିନେରାଲ ତ୍ବଚାର ଗଭୀରତାକୁ ଯାଇ ପୋଷଣ ଦେଇଥାନ୍ତି। ଏହି ଫେସଓ୍ବାଶକୁ ସହଜରେ ଘରେ ମଧ୍ୟ ପ୍ରସ୍ତୁତ କରାଯାଇପାରିବ।

ବୟସର ଛାପକୁ କମ୍ କରିଥାଏ:

ତେନ୍ତୁଳି ବ୍ୟବହାର କରିବା ଦ୍ବାରା ତ୍ବଚା କୁଞ୍ଚନ,କଳା ଦାଗ ଦୂର ହୋଇଥାଏ  । ଏହା ଦ୍ବାରା ତ୍ବଚାରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଯୈାବନତା ଦେଖାଦେଇଥାଏ ଏବଂ ବୃଦ୍ଧାବସ୍ଥାର ଲକ୍ଷଣ ଦେଖାଯାଇନଥାଏ।

ଏଥିରେ ଥିବା ମିନେରାଲ୍ ତ୍ବଚାକୁ ଟୋନ୍ କରିଥାଏ:

ତେନ୍ତୁଳିରେ ପୋଟାସିୟମ୍,ଜିଙ୍କ୍,ମାଗ୍ନେସିୟମ୍,ଫସଫରସ୍,କ୍ୟାଲସିୟମ୍,ଆଇରନ୍ ଏବଂ ସୋଡ଼ିୟମ୍ ରହିଥାଏ। ଏହା ବ୍ୟତୀତ ତେନ୍ତୁଳିରେ ପ୍ରୋଟିନ୍ ମଧ୍ୟ ପ୍ରଚୁର ପରିମାଣରେ ରହିଥାଏ। ତେନ୍ତୁଳିରୁ ପ୍ରସ୍ତୁତ ହୋଇଥିବା ଫେସଓ୍ବାଶକୁ ଲଗାଇବା ଦ୍ବାରା ପ୍ରାକୃତିକ ଚମକ ଆସିଥାଏ ଏବଂ କଳା ଦାଗ,ଚିହ୍ନ ସବୁ ଧୀରେ ଧୀରେ ଦୂର ହୋଇଯାଇଥାଏ। ତେନ୍ତୁଳିରେ ଏସିଡ୍ ଗୁଣ ରହିଥିବା ଯୋଗୁଁ ଏହା କ୍ଲୀନର ଏବଂ ଟୋନରର କାମ ଦେଇଥାଏ।

ଫେସଓ୍ବାଶ୍ ବନାଇବା ପାଇଁ ଆବଶ୍ୟକୀୟ ସାମଗ୍ରୀ:

ଫେସଓ୍ବାଶ ବନାଇବା ପାଇଁ ଆବଶ୍ୟକୀୟ ସାମଗ୍ରୀଗୁଡ଼ିକ ହେଲା-ଦୁଇ ଚାମଚ ତେନ୍ତୁଳିର ଅଂଶ,ଗୋଟିଏ ଚାମଚ ମହୁ,ଗୋଟିଏ ଚାମଚ ଦହି,ଗୋଟିଏ ଚାମଚ ବାଦାମ ତେଲ ,ଗୋଟିଏ ଚାମଚ ଗୋଲାପ ଜଳ,ଅଧା ଚାମଚ ଭିଟାମିନ୍-ଇ ପାଉଡର କିମ୍ବା ଭିଟାମିନ-ଇ ର ଗୋଟିଏ କ୍ୟାପସୁଲ।

ପ୍ରସ୍ତୁତି: ତେନ୍ତୁଳିର ଅଂଶ ଏବଂ ଦହିକୁ ଭଲଭାବରେ ଗୋଳାଇ ଦିଅନ୍ତୁ। ଏଥିରେ ଭିଟାମିନ ଇ ପାଉଡର ମିଶାନ୍ତୁ। ଗୋଲାପ ଜଳ,ବାଦାମ ତେଲ ଏବଂ ମହୁ ଦେଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏବେ ଆପଣଙ୍କ ଫେସଓ୍ବାଶ୍ ପ୍ରସ୍ତୁତ। ଏହାକୁ ବାୟୁରୁଦ୍ଧ ଜାରରେ ରଖି ଦିଅନ୍ତୁ।

Spread the love