ପାକିସ୍ତାନରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ୨୦ରୁ ଅଧିକ ମୃତ

ପାକିସ୍ତାନରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ରାୱଲପିଣ୍ଡି ଯାଉଥିବା ହଜାରା ଏକ୍ସପ୍ରେସର ପାଖାପାଖି ୧୦ ବଗି ଲାଇନଚ୍ୟୁତ ହେବାରୁ ୨୦ରୁ ଅଧିକ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ସେହିପରି ୫୦ରୁ ଅଧିକ ଆହତ ହୋଇଥିବା ଜାତୀୟ ଗଣମାଧ୍ୟମରୁ ଜଣାପଡ଼ିଛି । ରବିବାର ଶେହଜାଦପୁର ଓ ନୱାବଶାହ ମଧ୍ୟରେ ଥିବା ସାହାରା ରେଲୱେ ଷ୍ଟେସନ୍ ନିକଟରେ ଏହି ଦୁର୍ଘଟଣା ଘଟିଛି । ଯେଉଁ ସମୟରେ ଟ୍ରେନ୍ ଦୁର୍ଘଟଣା ଘଟିଲା, ସେହି ସମୟରେ ଟ୍ରେନ୍ କରାଚୀରୁ ପାକିସ୍ତାନର ପଂଜାବ ଯାଉଥିଲା । ପାକିସ୍ତାନର ଜିଓ ଟିଭି ରିପୋର୍ଟ ଅନୁସାରେ, ଆହତଙ୍କୁ ନୱାବଶାହର ପିପୁଲ୍ସ ମେଡିକାଲରେ ଭର୍ତି କରାଯାଇଛି । ଟ୍ରେନ୍ ଟ୍ରାକରୁ ଲାଇନଚ୍ୟୁତ ହେବାର ପ୍ରକୃତ କାରଣ ଜଣାପଡ଼ିନାହିଁ । ଦୁର୍ଘଟଣା ପରେ ଆଖପାଖ ହସ୍ପିଟାଲରେ ଜରୁରୀକାଳୀନ ପ୍ରୋଟୋକଲ ଜାରି କରାଯାଇଛି ।

Spread the love