ଅନୁଗୁଳରେ ଉତ୍ପାତ କଲା ଦନ୍ତା : ୪ଜଣଙ୍କ ଜୀବନ ନେଲା ହାତୀ

ଅନୁଗୁଳ ଜିଲ୍ଲାର ଅନୁଗୁଳ ବ୍ଲକରେ ହାତୀ ନେଲା ୪ ଜଣଙ୍କ ଜୀବନ । ଆଜି ଭୋର ସମୟରେ ହାତୀ ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ଘଟିିଥିବା ଖବର ସାମନାକୁ ଆସିଛି । ଛେଳିଆପଡା ଗ୍ରାମର ସୁବାସ ବିଶ୍ୱାଳ ଯାହାଙ୍କ ବୟସ ୬୦ ସେ ଆଜି ସକାଳୁ ନିଜ ଗାଁ ପାଖ ବଗିଚାକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା । ଯାହାପରେ ଘଟଣାସ୍ଥଳରେ ସେ ମୃତ୍ୟୁବରଣ କରିଥିଲେ । ସେହିପରି ବାରସିଙ୍ଗା ଗ୍ରାମର ୪୮ ବର୍ଷିୟ ରମେଶ ସ୍ୱାଇଁ ଶୌଚ ପାଇଁ ଯାଇଥିବାବେଳେ ଓ ଅଙ୍ଗାରବନ୍ଧ ଗ୍ରାମର ୫୪ ବର୍ଷ ବୟସ୍କ ଅନିରୋଧ ସାହୁ ବଗିଚାକୁ ଯାଇଥିବାବେଳେ ଉଭୟଙ୍କୁ ହାତୀ ଆକ୍ରମଣ କରିଥିଲା । ଯାହାପରେ ରମେଶ ଓ ଅନିରୋଧଙ୍କର ଜୀବନ ଯାଇଛି । ଗତ କିଛିମାସ ହେବ ସମ୍ପୂକ୍ତ ଅଞ୍ଚଳରେ ହାତୀମାନଙ୍କ ଉପଦ୍ରବ ଜାରି ରହିଛି । ସେହିପରି ହାତୀ ପଲ ଗୁଡିକ ଫସଲ ମଧ୍ୟ ନଷ୍ଟ କରୁଥିବାର ଅଭିଯୋଗ ଲଗାତାର ଚାଷୀମାନଙ୍କ ନିକଟରୁ ଆସୁଛି ।

Spread the love